Site icon ଆଜିକାଲି

ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡିର ଚଢ଼ାଉ

AAP MP Sanjay Singh's residence was raided by ED on October 4 | Sanjay Ahlawat/ANI

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଆମ୍ ଆଜି ସକାଳୁ ‌ଆମ୍ ଆଦମୀ ପାର୍ଟି(ଆପ୍)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଘରେ ଚଢ଼ାଉ କରିଛି । ସକାଳ ୭ଟାରୁ ଇଡି ଅଧିକାରୀମାନେ ସିଂଙ୍କ ବାସଭବନରେ ପହଞ୍ଚି ତଲାସି କରୁଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ରେଡ୍ ଚାଲିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଦାଖଲ ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ବି ରହିଥିଲା। ଚଳିତ ବର୍ଷ ମେ’ରେ ମଧ୍ୟ ଇଡି ଟିମ୍ ସଞ୍ଜୟ ସିଂଙ୍କ ଘରେ ରେଡ୍ କରିଥିଲା । ସେତେବେଳେ ଆପ୍ ସାଂସଦ ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ପରେ ଇଡି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଭୁଲରେ ଉଲ୍ଲେଖ କରାଯାଇଛି । ହେଲେ ଏବେ ପୁଣି ସଞ୍ଜୟ ସିଂଙ୍କ ଘରେ ଇଡି ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version