ନୂଆଦିଲ୍ଳୀ : ରାଞ୍ଚି ଜମି ଦୁର୍ନୀତି ମାମଲାରେ ଆଇଏସଏସ ଅଧିକାରୀ ଛବି ରଞ୍ଜନଙ୍କୁ ଇଡି ସମନ। ରାଞ୍ଚିରେ ସେନା ଜମି ଘୋଟାଲା ସହ ଅନ୍ୟ ଜମି ଘୋଟାଲାର ଯାଞ୍ଚ କରୁଥିବା ଇଡି, ଆଇଏଏସ ଅଧିକାରୀ ଛବି ରଞ୍ଜନଙ୍କୁ ସମନ କରିଛି। ଛବି ରଞ୍ଜନଙ୍କୁ ଏପ୍ରିଲ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ କରାଯାଇଛି। ଇଡି ଝାଡ଼ଖଣ୍ଡର ଆଇଏଏସଙ୍କୁ ମନିଲଣ୍ଡ୍ରିଂ ମାମଲାରେ ପଚାର ଉଚାର କରିବା ପାଇଁ ଡାକିଛି।
ଇଡି ରାଞ୍ଚି ଡିସି ଭାବରେ କାମ କରିଥିବା ଛବି ରଞ୍ଜନଙ୍କୁ ଏପ୍ରିଲ୍ ୨୧ରେ ସେନାର ଜମି ଏବଂ ଚେଶାୟର ହୋମ୍ ରୋଡ୍ର ଜମିକୁ ଅବୈଧ ଉପାୟରେ ରେଜିଷ୍ଟ୍ରି ମାମଲାରେ ପଚରାଉଚରା କରିବ। ସେହିପରି ଏହି ମାମଲାରେ କୋଲକାତା ଅତିରିକ୍ତ ରେଜିଷ୍ଟ୍ରାର ଅଫ୍ ଆସ୍ୟୁରାନ୍ସ ତ୍ରିଦୀପ ମିଶ୍ରାଙ୍କୁ ମଧ୍ୟ ଇଡି ରିପୋର୍ଟ ତଲବ କରିଛି। ତାଙ୍କୁ ୨ ମେ ରେ ରାଞ୍ଚି ଅଫିସ୍ ଡକାଯାଇଛି। ସେନା ଜମି ସହ ଅନ୍ୟ ଜମି ଘୋଟାଲା ମାମଲାରେ ଇଡି ଗତ ଗୁରୁବାର ଛବି ରଞ୍ଜନଙ୍କ ସମେତ ୧୯ ଜଣକ ଘରେ ରେଡ୍ କରିଥିଲା। ରେଡ୍ ପରେ ଇଡି ସାତ ଜଣକୁ ଶୁକ୍ରବାର ଜେଲ୍ ପଠାଇଥିଲା।