Site icon ଆଜିକାଲି

କେଜ୍ରିୱାଲଙ୍କୁ ଇଡିର ଚତୁର୍ଥ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୁଣି ଥରେ ସମନ ଜାରି କରିଛି । ତାଙ୍କୁ ଜାନୁଆରୀ ୧୮ରେ ଜେରା ପାଇଁ ହାଜର ହେବାକୁ କୁହାଯାଇଛି। କେଜ୍ରିୱାଲଙ୍କୁ ଇଡିର ଏହା ଚତୁର୍ଥ ସମନ | ପୂର୍ବରୁ କେଜ୍ରିୱାଲଙ୍କୁ ତିନି ଥର ସମନ ଜାରି କରାଯାଇଥିଲେ ମଧ୍ୟ ସେ କେନ୍ଦ୍ରୀୟ ଏଜେନ୍ସି ନିକଟରେ ହାଜର ହୋଇନଥିଲେ ।

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡ଼ି ଗତ ବର୍ଷ ନଭେମ୍ବର ୨ ଓ ଡିସେମ୍ବର ୨୧ରେ ସମନ ଜାରି କରିଥିଲା। ଦୁଇଥର ଯାକ ଇଡି ସମନ ଏଡ଼ାଇ ଯାଇଥିଲେ କେଜ୍ରିୱାଲ। ଏହାପରେ ଚଳିତ ବର୍ଷ ଜାନୁୟାରୀ ୩ରେ ତାଙ୍କୁ ତଦନ୍ତରେ ଯୋଗଦେବାକୁ ପୁଣିଥରେ ନୋଟିସ୍ ପଠାଇଥିଲା ଇଡି । ତଥାପି ସେ ଯାଇନଥିଲେ। ତିନି ଥର ଯାକ ସେ ଇଡି ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ହାଜର ହୋଇନଥିଲେ ।

Exit mobile version