Site icon ଆଜିକାଲି

କତାରରେ ୮ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: କତାରର ଏକ କୋର୍ଟ ୮ ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । କତାର କୋର୍ଟର ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଭାରତ ସରକାର। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏପରି ରାୟରେ ଆମେ ବେଶ୍ ଚକିତ । ଆମେ କୋର୍ଟଙ୍କ ବିସ୍ତୃତ ରାୟକୁ ଅପେକ୍ଷା କରିଛୁ । ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବୃତି ଅନୁଯାୟୀ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ଭାରତୀୟ ନାଗରିକ କାତାରର ଅଲ ଦହରା କମ୍ପାନୀରେ କାମ କରୁଥିଲେ । ସେମାନେ ମଧ୍ୟ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀ । ଗତ ବର୍ଷ ଅକ୍ଟୋବରରୁ ସେମାନେ କତାରରେ ବନ୍ଦୀ ଅଛନ୍ତି | ତେବେ ସେମାନଙ୍କ ବିରୋଧରେ କ’ଣ ଆରୋପ ରହିଛି ତାହା କାତାର କର୍ତ୍ତୃପକ୍ଷ ପ୍ରକାଶ କରିନାହାଁନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ଏକ ଗମ୍ଭୀର ମାମଲା। କତାର କର୍ତ୍ତୃପକ୍ଷଙ୍କ ସହ ଆମେ ଏହି ମାମଲାର ଉଠାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ‌ କହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ନିକଟରେ କହିଥିଲେ ଏହି ମାମଲାର ସପ୍ତମ ଶୁଣାଣି ଅକ୍ଟୋବର ୩ରେ ହୋଇଥିଲା । ଭାରତ ଏହି ମାମଲା ଉପରେ ନଜର ରଖିଛି। ସମସ୍ତ ୮ ଜଣ ଭାରତୀୟ କାତାରର ଏକ ଘରୋଇ କମ୍ପାନୀ ଦହାରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ୍ କନସଲଟାନ୍ସି ସର୍ଭିସେସ୍ ପାଇଁ କାର୍ଯ୍ୟ କରୁଥିଲେ। କତାରରେ ଭାରତର ରାଷ୍ଟ୍ରଦୂତ ଏହି କର୍ମଚାରୀମାନଙ୍କୁ ଅକ୍ଟୋବର ୧ରେ ଭେଟିଥିଲେ।

Exit mobile version