Site icon ଆଜିକାଲି

ଖାଇକୁ ଖସିଲା ବସ୍, ୮ ମୃତ

ମୁମ୍ବାଇ: ମହାରାଷ୍ଟ୍ର ରାୟଗଡର ଖୋପୋଲି ଅଞ୍ଚଳରେ ଶନିବାର ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ପଡ଼ିବାରୁ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଘରୋଇ ବସ୍ ପୁଣେରୁ ମୁମ୍ବାଇ ଯାଉଥିବା ବେଳେ ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଥିବା ଶିଙ୍ଗ୍ରୋବା ମନ୍ଦିର ନିକଟରେ ଏକ ଖାଇକୁ ଖସିପଡ଼ିଥିଲା । ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ ବୋଲି ପୋଲିସ କହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Exit mobile version