Site icon ଆଜିକାଲି

ଏଲିଜାବେଥ ଜୋନ୍ସ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ନିଯୁକ୍ତ


ନୂଆଦିଲ୍ଲୀ : ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହେଲେ ଏଲିଜାବେଥ ଜୋନ୍ସ । ତାଙ୍କୁ ଅନ୍ତରୀଣ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସରେ ଯୋଗଦେବା ନିମନ୍ତେ ରାଜଦୂତ ଏଲିଜାବେଥ ଜୋନ୍ସ ଖୁବ୍ ଶୀଘ୍ର ଭାରତ ଯାତ୍ରା କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଜୋନ୍ସ ଉଭୟ ଦେଶଙ୍କ ସରକାର ଓ ଲୋକଙ୍କ ମଧ୍ୟରେ ଭାଗିଦାରୀକୁ ଆହୁରି ବିସ୍ତାର ଦେବା ପାଇଁ କାର୍ଯ୍ୟ କରିବେ। ଏଣୁ ତାଙ୍କୁ ଆମେରିକା ଦୂତାବାସ ଓ ବାଣିଜ୍ୟ ଦୂତାବାସଙ୍କ ଇଣ୍ଟର-ଏଜେନ୍ସୀ ଟିମ୍‌ରେ ସାମିଲ କରାଯାଇଛି।

ନିକଟରେ ସେ ଆଫଗାନିସ୍ତାନରୁ ଆମେରିକା ଫେରିଥିଲେ। ସେ ଆଫଗାନିସ୍ତାନରେ ରିହାବିଲେସନ ଇଫୋର୍ଟସ କନଭେନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଜୋନ୍ସ ଇୟୁରୋପ ଓ ଇୟୁରେସିଆ ଲାଗି ସହାୟକ ବିଦେଶ ସଚିବ ଅବସ୍ଥାପିତ ଥିବା ବେଳେ କାଜିକସ୍ତାନରେ ରାଜଦୂତ ଭାବେ କାର୍ଯ୍ୟ କରିଛନ୍ତି। ପ୍ରେସ ବିଜ୍ଞପ୍ତି ଅନୁସାରେ ଜୋନ୍ସ କ୍ୟାରିୟର ଆମ୍ବାସେଡର ଭାବେ ସର୍ବୋଚ୍ଚ ବିଦେଶ ସେବା ରେଙ୍କର ଅଧିକାରୀ।

Exit mobile version