Site icon ଆଜିକାଲି

କୋର୍ଟରେ ପହଞ୍ଚିଲା ଏଲନ ମସ୍କ ଓ ଟ୍ବିଟର ଲଢେଇ

ୱାଶିଂଟନ : କୋର୍ଟରେ ପହଞ୍ଚିଲା ଏଲନ ମସ୍କ ଓ ଟ୍ବିଟର ଲଢେଇ । ଏଲନ୍‌ ମସ୍କ୍‌ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି। ପାଖାପାଖି ୪୪ ବିଲିଅନ ଡଲାର ଚୁକ୍ତି ରଦ୍ଦ ପରେ ଟେସଲା ସିଇଓ ଏଲନ ମସ୍କ କୋର୍ଟରେ ପହଞ୍ଚିଛନ୍ତି । ମସ୍କଙ୍କ ଟିମ ୧୬୪ ପୃଷ୍ଠା ସମ୍ବଳିତ ହଲଫନାମା କୋର୍ଟରେ ଦାଏର କରିଛନ୍ତି । ଯେଉଁଥିରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ବିଟର ଆଣିଥିବା ଅଭିଯୋଗର ଉତ୍ତର ବି ସାମିଲ ରହିଛି । ଆସନ୍ତା ଅକ୍ଟୋବର ୧୭ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବ ।

ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ୧୬୪ ପୃଷ୍ଠା ସମ୍ବଳିତ ଦଲିଲକୁ ସାର୍ବଜନୀନ କରାଯାଇ ନ ଥିଲେ ବି ଏହାର ସମ୍ପାଦିତ ଅଂଶ ଖୁବ୍‌ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଅଦାଲତ ରାୟ ଦେଇଛନ୍ତି। ମସ୍କ୍ ଉକ୍ତ ରାଜିନାମାରୁ ଓହରି ଯାଇ ପାରିବେ କି, ନାହିଁ, ତାହା ଧାର୍ଯ୍ୟ କରିବା ଲାଗି ଅକ୍ଟୋବର ୧୭ ତାରିଖରୁ ୫ଦିନିଆ ବିଚାର ଆରମ୍ଭ କରିବା ଲାଗି ‘ଡିଲାୱେର୍‌ କୋର୍ଟ ଅଫ୍‌ ଚାନ୍‌ସେରି’ର ଚାନ୍‌ସେଲର୍‌ କ୍ୟାଥ୍‌ଲିନ୍‌ ମ୍ୟାକ୍‌କର୍ମିକ୍‌ ଆଦେଶ ଦେବାର କିଛି ସମୟ ପରେ ମସ୍କ ପାଲଟା ମାମଲା ରୁଜୁ କରିଥିଲେ। ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ଯୋଗାଯୋଗ କରାଯାଇଥିଲେ ବି ‘ଟୁଇଟର୍‌’ ତୁରନ୍ତ କୌଣସି ଜବାବ ଦେଇନାହାନ୍ତି। ରାଜିନାମାର ଅନିଶ୍ଚିତତା କାରଣରୁ ‘ଟୁଇଟର୍‌’ର ସମ୍ଭାବ୍ୟ କ୍ଷତି ହେବା ଆଶଙ୍କାରେ ବିଚାରପତି ମ୍ୟାକ୍‌କେର୍ମିକ୍‌ ଗତ ସପ୍ତାହରେ ଉକ୍ତ ମାମଲାକୁ ‘ଫାଷ୍ଟ୍‌-ଟ୍ରାକ୍‌’ କରାଇଥିଲେ। ଆର୍ଥିକ କ୍ଷତି ଏବଂ କମ୍ପାନିରେ ଗୋଳମାଳିଆ ପରିସ୍ଥିତି ଲାଗି ‘ଟୁଇଟର୍‌’ ଅଦାଲତରେ ଚାଲିଥିବା ମାମଲାକୁ ଦାୟୀ କରିଛି।

Exit mobile version