Site icon ଆଜିକାଲି

ଗାଜାକୁ ସହଯୋଗ ଘୋଷଣା କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଗାଜାରେ ଜାରି ଧ୍ୱଂସର ତାଣ୍ଡବଳୀଳା ମଧ୍ୟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ଘୋଷଣା କରିଛନ୍ତି । ଟେସଲା ମୁଖ୍ୟ ଏଲନ୍ ମସ୍କ ଶନିବାର କହିଛନ୍ତି ଯେ ତାଙ୍କ ଷ୍ଟାର ଲିଙ୍କ୍ ଗାଜାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ସହଯୋଗୀ ସଂଗଠନକୁ ଦୂର ସଂଚାର ଉପଲବ୍ଧ କରାଇବ । ସେ ଏଓସି ନାଁରେ ପ୍ରସିଦ୍ଧ ଆମେରିକୀୟ ନେତା ଓକାସିୟୋ କୋର୍ଟେଜଙ୍କ ଏକ ଟ୍ୱଟର ଜବାବରେ ଏହି ଘୋଷଣା କରିଛନ୍ତି ।

କୋର୍ଟେଜ ଟ୍ୱିଟରେ ପୋଷ୍ଟ କରିଥିଲେ, ‘୨୨ ଲକ୍ଷ ଜନସଂଖ୍ୟା ପାଇଁ ଦୂର ସଂଚାର ବନ୍ଦ କରିବା ଆସ୍ୱୀକାର୍ଯ୍ୟ ଅଟେ । ସାମ୍ୱାଦିକ, ଡାକ୍ତର, ମାନବିକ ସହଯୋଗ ଓ ନିର୍ଦ୍ଦୋଷ ସମସ୍ତେ ବିପଦରେ ପଡ଼ିବେ । ମୁଁ ଜାଣିନି ଏପରି କୃତ୍ୟକୁ କିପରି ସମର୍ଥନ କରାଯାଇ ପାରିବ। ଆମେରିକା ଐତିହାସିକ ରୂପେ ଏପରି କୃତ୍ୟକୁ ନିନ୍ଦା କରୁଛି’।

ଏହାର ଜବାବ ଦେଇ ଏଲନ ମସ୍କ ଲେଖିଛନ୍ତି, ଷ୍ଟାରଲିଙ୍କ ଏବେ ଗାଜାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପ୍ରପ୍ତ ସଂଗଠନକୁ କନେକ୍ଟିଭିଟି ଉପଲବ୍ଧ କରାଇବ । ସୂଚନାଯୋଗ୍ୟ ଯେ ଷ୍ଟାରଲିଙ୍କ୍ ଏଲନ ମସ୍କଙ୍କ ସ୍ପେସ୍ କମ୍ପାନି ସ୍ପେସ୍‌ଏକ୍ସର ସାଟେଲାଇଟ୍ । ଏହି ସାଟେଲାଇଟ୍ ଜରିଆରେ ଅତ୍ୟନ୍ତ ଦୁର୍ଗମ ସ୍ଥାନରେ ମଧ୍ୟ କମ ଖର୍ଚ୍ଚରେ ଇଣ୍ଟରନେଟ୍ ମିଳିପାରିବ । ଷ୍ଟାରଲିଙ୍କ ଏକ ସାଟେଲାଇଟ୍ ଗ୍ରୁପ, ଯିଏ ୬୦ରୁ ଅଧିକ ଦେଶରେ ଉପଲବ୍ଧ ରହିଛି । ସ୍ପେସ୍‌ଏକ୍ସ ୨୦୧୯ରେ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଲଞ୍ଚ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ସମୟରେ ସ୍ପେସ୍‌ଏକ୍ସର ୪୨ ହଜାରରୁ ଅଧିକ ଷ୍ଟାରଲିଙ୍କ ସାଟେଲାଇଟ୍ କାମ କରୁଛି ।

Exit mobile version