Site icon ଆଜିକାଲି

ରୋଜଗାର ମେଳା: ଆଜି ୭୧ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ବଢୁଥିବା ବେରୋଜଗାରୀ ସଂଖ୍ୟାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିଛିଦିନ ହେବ ନିଯୁକ୍ତିମେଳାର ଆୟୋଜନ କରୁଛନ୍ତି । ଏହାସହ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରତି ପର୍ଯ୍ୟାୟରେ ୭୧ ହଜାର ଲେଖାଏଁ ନିଯୁକ୍ତିପତ୍ର ବାଣ୍ଟୁଛନ୍ତି । ଏହି ନିଯୁକ୍ତି ମେଳାର ତୃତୀୟ ପର୍ଯ୍ୟାୟରେ ଗୁରୁବାର ପ୍ରଧାନମନ୍ତ୍ରୀ ପୁଣି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବାକୁ ଯାଉଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରୁ ଚୟନ ହୋଇଥିବା ନୂଆ ନିଯୁକ୍ତି କ୍ରମରେ ଭାରତ ସରକାର ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ଇନସ୍ପେକ୍ଟର,ସବଇନସ୍ପେକ୍ଟର,କନେଷ୍ଟବଳ, ସ୍ଟେନୋଗ୍ରାଫର, ଡାକ ସହାୟକ, ଆୟକର ବିଭାଗର ଇନସ୍ପେକ୍ଟର, ଟ୍ୟାକ୍ସ ସହାୟକ, ବରିଷ୍ଠ ଡ୍ରାଫ୍ଟମ୍ୟାନ, ଜେଇ/ସୁପରଭାଇଜର ଭଳି ପଦପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ଏହା ବ୍ୟତୀତ ନବ ନିଯୁକ୍ତ କର୍ମୀମାନଙ୍କୁ ‘କର୍ମଯୋଗୀ ପ୍ରାରମ୍ଭ’ ଯୋଜନାରେ ନିଜକୁ ନିଜେ କିଭଳି ପ୍ରଶିକ୍ଷିତ କରିପାରିବେ ସେନେଇ ମଧ୍ୟ ସୁଯୋଗ ମିଳିବ । ଏନେଇ ନବ ନିଯୁକ୍ତ କର୍ମୀମାନଙ୍କ ପାଇଁ ଅନ୍ ଲାଇନ ଓରିଏଣ୍ଟସନ କୋର୍ସ ଉପଲବ୍ଧ କରାଯାଇଛି ।

Exit mobile version