Site icon ଆଜିକାଲି

ରଜୌରୀରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି

ରଜୌରୀ : ଜମ୍ମୁ-କଶ୍ମୀରର ରଜୌରୀରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ପକ୍ଷ ମଧ୍ୟରେ ଚାଲିଛି ଗୁଳି ବିନିମୟ। ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ଲୁଚି ରହିଥିବା ଆତଙ୍କବାଦୀଙ୍କ ମୁକାବିଲା କରୁଛନ୍ତି।ଏହାପୂର୍ବରୁ ଗତକାଲି ରାତିରୁ କଠୁଆରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏସବୁ ଭିତରେ ରଜୌରୀର ଥାନାମଣ୍ଡି ଅନ୍ତର୍ଗତ ମାନିଆଲ ଗଳି ନିକଟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରିବାକୁ ଚେଷ୍ଟା କରିଥିଲେ। ହେଲେ ଆତଙ୍କବାଦୀମାନେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ।

Exit mobile version