Site icon ଆଜିକାଲି

ଲଦାଖ ସମେତ ପୁରା ଘାଟି ଅଞ୍ଚଳରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୧ ରେକର୍ଡ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ଥରି ଉଠିଲା ଲଦାଖ ସମେତ ପୁରା ଘାଟି ଅଞ୍ଚଳ । ୨୪ ଘଣ୍ଟାରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତିବ୍ରତା ୪.୧ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକ।

ଗତ ୨୪ ଘଣ୍ଟାରେ ୫ଥର ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ଜଣାପଡ଼ିଛି । ଯେଉଁଥିରେ ସର୍ବାଧିକ ତିବ୍ରତା ୪.୫ ରେକର୍ଡ କରାଯାଇଛି । ଜାମ୍ମୁ-କାଶ୍ମୀରରେ ପ୍ରଥମ ଶନିବାର ଦ୍ବିପ୍ରହର ୨ଟା୦୩ ମିନିଟ୍ ଅନୁଭୂତ ହୋଇଥିଲା। ଏହାର ତିବ୍ରତା ୩.୦ ରହିଥିଲା । ସେହିପରି ଶେଷ ଭୂମିକମ୍ପ ଝଟକା ରବିବାର କଟ୍ଟରାରେ ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଛି । ରବିବାର ପ୍ରାୟ ଭୋର ୩.୫୦ ମିନଟରେ ଝଟକା ଲାଗିଥିଲା । ଏହା କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୧କିଲୋମିଟର ଗଭୀରତାରେ ରହିଛି । ଫଳରେ ଲଦାଖରୁ ଲେହ ପର୍ଯ୍ୟନ୍ତ ଥରି ଉଠିଥିଲା ପୁରା ଅଞ୍ଚଳ ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ପୂର୍ବ ଲେହରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲର ୪.୧ ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ ରାତି ପ୍ରାୟ ୨ଟା ୧୬ ମିନିଟ୍ ଝଟକା ଲାଗିଥିଲା । ଏଥିରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଏଯାଏଁ ସୂଚନା ମିଳିନାହିଁ ।

Exit mobile version