Site icon ଆଜିକାଲି

ଇପିଏଫ୍ ସୁଧ ୮.୨୫ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଶନିବାର ୨୦୨୩-୨୪ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ସ୍ଥିର କରିଛି, ଯାହା ଗତ ତିନି ବର୍ଷରେ ସର୍ବାଧିକ। ଇପିଏଫଓ ମାର୍ଚ୍ଚ ୨୦୨୩ରେ ସୁଧ ହାରରେ ସାମାନ୍ୟ ବୃଦ୍ଧି ସହ ୮.୧୫ ପ୍ରତିଶତ ହୋଇଥିଲା । ଏହା ୨୦୨୧-୨୨ରେ ୮.୧୦ ପ୍ରତିଶତ ଥିଲା। ମାର୍ଚ୍ଚ ୨୦୨୨ରେ ଇପିଏଫଓ ସୁଧହାର ୮.୧ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ଚାରି ଦଶକରେ ସର୍ବନିମ୍ନ ଥିଲା । ୨୦୨୦-୨୧ରେ ଇପିଏଫ୍ ଜମା ଉପରେ ସୁଧ ହାର ୮.୫ ପ୍ରତିଶତ ଥିଲା ।

ଏକ ସୂତ୍ରରୁ ପ୍ରକାଶ, ଇପିଏଫ୍ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା, ‘ସେଣ୍ଟ୍ରାଲ୍ ଟ୍ରଷ୍ଟି ବୋର୍ଡ’ (ସିବିଟି) ଶନିବାର ଏହାର ବୈଠକରେ ୨୦୨୩-୨୪ ପାଇଁ ଇପିଏଫ୍ ଉପରେ ୮.୨୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସିବିଟିର ସୁପାରିସ ପରେ ୨୦୨୩-୨୪ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ସମ୍ବନ୍ଧୀୟ ନିଷ୍ପତ୍ତି ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ । ସରକାରଙ୍କ ଅନୁମୋଦନ ପରେ, ୨୦୨୩-୨୪ ପାଇଁ ଇପିଏଫ୍ ଉପରେ ବର୍ଦ୍ଧିତ ସୁଧ ହାର ଇପିଏଫ୍ଓର ୬ କୋଟିରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ ।

Exit mobile version