Site icon ଆଜିକାଲି

ଲାଞ୍ଚ ମାମଲାରେ ପୂର୍ବତନ ଅଗ୍ନିଶମ ଅଧିକାରୀଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଏକ ଲାଞ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ଅଗ୍ନିଶମ ଅଧିକାରୀ ବ୍ରଜବନ୍ଧୁ ସେଠୀଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ବ୍ରଜବନ୍ଧୁଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟ । ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ । ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଜଳି ଯାଇଥିଲା ।

ଏ ନେଇ ରିପୋର୍ଟ ଦେବାକୁ ଅଗ୍ନିଶମ ଅଧିକାରୀ ଥିବା ବ୍ରଜବନ୍ଧୁ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଏହି ଘଟଣାର ଅନ୍ୟ ଏକ ମାମଲାରେ ବ୍ରଜବନ୍ଧୁଙ୍କୁ କୋର୍ଟ ତିନିବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ଆଉ ତିନିମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଉଭୟ ଦଣ୍ଡାଦେଶ ଏକକାଳୀନ କାର୍ଯ୍ୟକାରୀ ହେବ । ଏହି ମାମଲାରେ ଭିଜିଲାନ୍ସ ବ୍ରଜବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ବର୍ତ୍ତମାନ ସେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ର ପେନସନ୍ ବନ୍ଦ ପାଇଁ ଭିଜିଲାନ୍ସ ଆବେଦନ କରିବ ।

Exit mobile version