Site icon ଆଜିକାଲି

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ। ଗତକାଲି କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ତାଙ୍କ ଆଇଏଏସ ପ୍ରାର୍ଥିତ୍ୱକୁ ବାତିଲ କରିଥିଲେ।

ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି। କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (ୟୁପିଏସସି)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି।

FacebookTwitterLinkedinWhatsapp
Exit mobile version