Site icon ଆଜିକାଲି

ଦୁଗ୍ଧ ଫାର୍ମରେ ବିସ୍ଫୋରଣ, ୧୮ ହଜାର ଗାଈ ମୃତ

ଓ୍ୱାଶିଂଟନ: ଆମେରିକାର ଟେକ୍ସାସରେ ଏକ ଦୁଗ୍ଧ ଫାର୍ମରେ ବିସ୍ଫୋରଣ । ବିସ୍ଫୋରଣ ରେ ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରାୟ ୧୮ ହଜାର ଗାଈଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ଏହା ସବୁଠାରୁ ବଡ଼ ଅଗ୍ନିକାଣ୍ଡ ଘଟଣା ବୋଲି କୁହାଯାଇଛି । ଦୁଗ୍ଧ ପ୍ଲାଣ୍ଟର ମେସିନରୁ ମିଥେନ ଗ୍ୟାସ୍ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

କାଷ୍ଟ୍ରୋ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ବିସ୍ଫୋରଣର ଫଟୋ ସେୟାର କରିଛି, ଯେଉଁଥିରେ ଫାର୍ମରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି । ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଗାଈମାନଙ୍କର ପ୍ରକୃତ ସଂଖ୍ୟା ଜଣା ପଡିନାହିଁ । କିନ୍ତୁ ସରିଫ ଅଫିସ୍ କହିଛି ଯେ ୧୮,୦୦୦ ଗାଈ ନିଖୋଜ ଅଛନ୍ତି।

ସୂଚନା ଯେ, ଏକ ସପ୍ତାହ ପୂର୍ବରୁ ଡିମିଟ୍ ସହର ନିକଟ ସାଉଥ୍ ଫର୍କ ଡେୟରୀରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ।

Exit mobile version