Site icon ଆଜିକାଲି

ଷ୍ଟିଙ୍ଗ ଅପରେସନରେ ଭାରତୀୟ କ୍ରିକେଟରଙ୍କୁ ନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତାଙ୍କ ବିସ୍ଫୋରକ ବୟାନ

ମୁମ୍ବାଇ : ଭାରତୀୟ କ୍ରିକେଟ ଓ କ୍ରିକେଟରଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ ଅପରେସନରେ କିଛି ଗୁମର କଥା କହିଦେଇଛନ୍ତି ଚେତନ । ସେ କହିଛନ୍ତି ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନିଅନ୍ତି । ଆହତ ଥିବା ସତ୍ତ୍ବେ ଦଳ ଚୟନ ବେଳେ ଫିଟ୍ ରହିବାକୁ ଇଞ୍ଜେକ୍ସନ୍ ଉପରେ କିଛି ବଡ଼ ବଡ଼ କ୍ରିକେଟର ନିର୍ଭର କରୁଛନ୍ତି ।

ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥାନ୍ତି । । ହେଲେ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ଅନଫିଟ ଥିଲେ ମଧ୍ୟ ଏନସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ । କେବଳ ଏତିକି ନୁହେଁ ବିରାଟ କୋହଲୀ, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ବଡ଼ କଥା କହିଛନ୍ତି ଚେତନ ଶର୍ମା । କୋହଲୀ ଓ ପୂର୍ବତନ ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ମଧ୍ୟରେ ମତଭେଦ ଥିଲା । ଗାଙ୍ଗୁଲି , କୋହଲୀଙ୍କୁ ବିରୋଧ କରୁଥିଲେ । ଏପରିକି ରୋହିତ ଅଧିନାୟକ ହେବା ବି ଗାଙ୍ଗୁଲି ଚାହୁଁ ନଥିଲେ ବୋଲି ଚେତନ ଶର୍ମା କହିଛନ୍ତି।

Exit mobile version