Site icon ଆଜିକାଲି

୧୧ ହଜାର କର୍ମଚାରୀଙ୍କ ଚାକିରି ନେଲା ଫେସବୁକ


ନୂଆଦିଲ୍ଲୀ: ଟ୍ୱିଟର ପରେ ଫେସବୁକ ମାଲିକ ମାର୍କ ଜୁକରବର୍ଗ ପାଖାପାଖି ୧୧ ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି । କିନ୍ତୁ ଉକ୍ତ କର୍ମଚାରୀଙ୍କୁ ୪ ମାସର ବେତନ ଦେଇଥିବା ଜଣାପଡ଼ିଛି । ସମଗ୍ର ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଫେସବୁକ ଏଭଳି ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ଫେସବୁକରେ ମୋଟ ୮୭ ହଜାର କର୍ମଚାରୀ କାମ କରିଥାନ୍ତି । ସେଥିରୁ ୧୩ ପ୍ରତିଶତ କର୍ମଚାରୀଙ୍କୁ କାଢ଼ି ଦିଆଯାଇଛି । ୨୦୦୪ରେ ସ୍ଥାପିତ ହୋଇଥିବା ଫେସବୁକ ପ୍ରଥମଥର ପାଇଁ ଏତେ ବଡ଼ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିଛି । କରୋନା କାଳରେ କମ୍ପାନୀ ଖୁବ୍ ଲାଭାନ୍ୱିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମେଟା ସହ ସେୟାର ପରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଛି ।

Exit mobile version