Site icon
ଆଜିକାଲି

ସାମ୍ନାକୁ ଆସିଲା ‘ରକି ଔର ରାନୀ କି ପ୍ରେମ କାହାନୀ’ର ଫାଷ୍ଟ ଲୁକ୍‌

ମୁମ୍ଵାଇ : ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଅପକମିଂ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ । ଦୀର୍ଘ ଦିନ ଧରି ଏହି ଖବର ଚର୍ଚ୍ଚାରେ ରହିଆସିଛି। ବର୍ତ୍ତମାନ ନିର୍ଦ୍ଦେଶକ କରଣ ଜୋହର ୨୫ ମେ’ରେ ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍ କରିଛନ୍ତି ।ପ୍ରଶଂସକମାନେ ଦୀର୍ଘ ସମୟ ଧରି ରକି ଔର ରାନୀଙ୍କ ପ୍ରେମ କାହାନୀର ନୂଆ ଅପଡେଟ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ସୁଟିଂର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହକୁ ଦେଖିବାକୁ ମିଳିଥିଲା।

କରଣ ଜୋହର ଗତ କିଛି ବର୍ଷ ଧରି ନିର୍ଦ୍ଦେଶକଙ୍କ ଚେୟାରରୁ ଦୂରରେ ଥିଲେ, କିନ୍ତୁ ସେ ଏହି ଫିଲ୍ମ ପାଇଁ ପୁଣି କମ୍‌ବ୍ୟାକ୍‌ କରିଛନ୍ତି। ବର୍ତ୍ତମାନ କରଣ ତାଙ୍କର ୫୧ ତମ ଜନ୍ମଦିନ ଅବସରରେ ଫିଲ୍ମରୁ ଆଲିଆ ଭଟ୍ଟ ଏବଂ ରଣବୀର ସିଂଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରକି ଔର ରାନୀ କି ପ୍ରେମ କାହାନୀର ଅନେକ ଫଟୋ ସେୟାର କରିଛନ୍ତି। ସେଥିରେ ଆଲିଆ ପ୍ରାୟ ସମସ୍ତ ଫଟୋରେ ଶାଢୀରେ ନଜର ଆସିଛନ୍ତି । ଏଥିସହିତ ରଣଭୀର ସିଂଙ୍କୁ ୱେଷ୍ଟର୍ଣ୍ଣ ଏବଂ ଫଙ୍କି ଲୁକରେ ଦେଖିବାକୁ ମିଳୁଛି।

Facebook
Twitter
Linkedin
Whatsapp
Exit mobile version