Site icon ଆଜିକାଲି

ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ସମୟସୀମା ମାର୍ଚ୍ଚ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ: ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର କାର୍ଯକାରୀ ସମୟସୀମା ବୃଦ୍ଧି କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି ସମୟସୀମା ଫେବୃଆରୀ ୨୯ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଛି । ପେଟିଏମ୍ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ର ସମୟସୀମା ବଢ଼ାଇଛନ୍ତି।

ପେଟିଏମର ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ସାମ୍ନା କରୁଥିବା ପେମେଣ୍ଟ ସମସ୍ୟା ଯୋଗୁଁ ଏନ୍ଏଚ୍ଏଆଇ ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବା ସମୟସୀମା ବୃଦ୍ଧି କରିଛି ।

‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର ଉଦ୍ଦେଶ୍ୟ ହେଉଛି ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗ୍ ଓ ଗୋଟିଏ ଗାଡ଼ିରେ ଏକାଧିକ ଫାଷ୍ଟଟ୍ୟାଗ୍ ବ୍ୟବହାରକୁ ରୋକିବା । ଏହି ନିୟମ ଜରିଆରେ ଏନ୍ଏଚ୍ଏଆଇ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି|

Exit mobile version