Site icon ଆଜିକାଲି

କାନପୁରରେ ମର୍ମନ୍ତୁଦ ଦୁର୍ଘଟଣା ; ୩ ମୃତ,୫ ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର କାନପୁର ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଏକ ପିକଅପ୍‌‌ ଭ୍ୟାନ ଏକ ଗଛ ସହ ଧକ୍କା ହୋଇ ଏହି ଦୁର୍ଘଟଣାରେ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାଳକଙ୍କ ଆଖି ଲାଗିଯିବାରୁ ପିକଅପ ଗାଡି କାନପୁର ଜିଲାର ଘାଟମପୁର-ନୌରଙ୍ଗା ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା।

Exit mobile version