Site icon ଆଜିକାଲି

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା : ୩୨ ମୃତ, ୨୦ ଆହତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପୌରୀ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍ ଖାଇରେ ଖସି ପଡ଼ିବାରୁ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ବସ୍ ହରିଦ୍ୱାର ଜିଲାର ଲାଲଢାଙ୍ଗରୁ ପୌରୀର ବୀରୋଖାଲ ଗାଁକୁ ଯାଉଥିଲା । ବସ୍‌ରେ ୪୦-୫୦ ଯାତ୍ରୀ ଥିଲେ । ବସଟି ସିଏମଡି ଗ୍ରାମ ନିକଟରେ ପହଞ୍ଚିବା ପରେ ହଠାତ୍ ଅନିୟନ୍ତ୍ରିତ ହୋଇଯାଇଥିଲା । ଏହି କାରଣରୁ ଏହି ଦୁର୍ଘଟଣା ଘଟିଛି । ଏସଡ଼ିଆରଏଫ ଓ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ପୌରୀରେ ଏକ ବସ୍ ଦୁର୍ଘଟଣା ଘଟିଥିଲା, ​​ଯେଉଁଥିରେ ସିମଡି ଗାଁ ପାଖରୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ୫୦୦ ମିଟର ଗଭୀର ଖାଇରେ ଖସିପଡିଥିଲା । ଏହି ବସ୍ ହରିଦ୍ୱାର ଜିଲ୍ଲାର ଲାଲଢାଙ୍ଗରୁ ପୌରୀର ବିରୋଖାଲ ଗ୍ରାମକୁ ଯାଉଥିଲା । ହଠାତ୍ ବସ୍ ରାସ୍ତାରେ ଅନିୟନ୍ତ୍ରିତ ହୋଇଗଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା ।​ କୁହାଯାଉଛି ଯେ କୋଟଦ୍ୱାର ଓ ପୌରୀଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ପାଇବା ପରେ ପୌରୀ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟ କୁମାର ଜଗଦଣ୍ଡେ, ଏସଡିଏମ ସ୍ମୃତି ପରମାର ଘଟଣାସ୍ଥଳରେ ପହଞ୍ଚିଥିଲେ ।

Exit mobile version