Site icon ଆଜିକାଲି

ଚୀନ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ମୃତ

ବେଜିଂ : ପୂର୍ବ ଚୀନର ଜିୟାଙ୍ଗସି ପ୍ରାନ୍ତ ନାନଚାଙ୍ଗ କାଉଣ୍ଟିରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପ୍ରଶାସନ ।

ସୂଚନା ଯେ, ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଅନ୍ୟପେଟ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ୍ ପୋଲିସ କୁହୁଡି ପାଇଁ ଟ୍ରାଭେଲ୍ ମାର୍ଗଦର୍ଶିକା ଜାରି କରିଛି । କୁହୁଡ଼ି ଯୋଗୁ ରାତିରେ ଦୃଶ୍ୟମାନ ହ୍ରାସ ପାଇଛି । ତେଣୁ ସାବଧାନତାର ସହିତ ଗାଡ଼ି ଚଳାଇବା ପାଇଁ କୁହାଯାଇଛି । ଓଭରକେଟ୍ ନକରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।

Exit mobile version