Site icon ଆଜିକାଲି

ମଧ୍ୟପ୍ରଦେଶର ରିୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୫ ମୃତ

ରିୱା: ମଧ୍ୟପ୍ରଦେଶର ରିୱା ନିକଟରେ ଜାତୀୟ ରାଜପଥ -୩୦ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ସୋହାଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି। ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶ-ଉତ୍ତରପ୍ରଦେଶ ସୀମାବର୍ତ୍ତୀ ସୁହାଗି ପର୍ବତ ନିକଟରେ ଜାତୀୟ ରାଜପଥ-୩୦ ରେ ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ବସ୍ ଜବଲପୁର ଓ ରିୱା ଦେଇ ଆହ୍ଲାବାଦ ଯାଉଥିଲା। କଟନିରୁ ବସ୍‌ରେ ଅନେକ ଲୋକ ବସିଥିଲେ।

ଦୀପାବଳି ପାଇଁ ସମସ୍ତ ଲୋକ ଉତ୍ତରପ୍ରଦେଶରେ ନିଜ ଘରକୁ ଯାଉଥିଲେ। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍ ବସ୍ ଆଗରେ ଯାଉଥିବା ବେଳେ ଏକ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁ କାରଣରୁ ଟ୍ରକଟି ରାସ୍ତାରେ ଅଟକି ରହିଥିଲା । ସେତେବେଳେ ପଛରୁ ଆସୁଥିବା ଦ୍ରୁତଗାମୀ ବସ୍ ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ବସ୍ ଆଗରେ ବସିଥିବା ସବୁ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବସ୍‌ରେ ପ୍ରାୟ ୧୦୦ ଯାତ୍ରୀ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି, କଲେକ୍ଟରଙ୍କ ସମେତ ବହୁ ପୋଲିସ ଥାନାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଆହତମାନଙ୍କୁ ସୁହାଗି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଆହତମାନଙ୍କୁ ରିୱାସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଶ୍ରମିକ ହାଇଦ୍ରାବାଦର ସିକନ୍ଦରାବାଦରୁ କଟନୀ ଆସିଥିଲେ। ସେମାନେ କଟନୀରୁ ୟୁପି ଯିବାକୁ ବସ୍‌ରେ ଚଢିଥିଲେ। ମୃତକମାନେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି।

Exit mobile version