Site icon ଆଜିକାଲି

ମହାରାଷ୍ଟ୍ରର ବୁଲଡାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ବୁଲଡାନାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ରାଜ୍ୟ ପରିବହନ ବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ଧକ୍କା ଯୋଗୁଁ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି।

ମୃତକଙ୍କ ମଧ୍ୟରେ ୪ ଜଣ ବସ୍ ଯାତ୍ରୀ ଏବଂ ଉଭୟ ଗାଡିର ଡ୍ରାଇଭର ଅଛନ୍ତି ବୋଲି ଅଧିକାରୀ କହିଛନ୍ତି। ଆହତମାନଙ୍କୁ ସିନ୍ଧଖେଡ ରାଜ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଅମରାବତୀରେ ମଧ୍ୟ ଏକ ସଡ଼କ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି ଓ ୭ ଜଣ ଆହତ ହୋଇଛନ୍ତି।

Exit mobile version