Site icon ଆଜିକାଲି

ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ : ୨ ଜୀବନ୍ତ ଦଗ୍ଧ, ୧୦ ଆହତ

ନୂଆଦିଲ୍ଲୀ: ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୨ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନ ଜୟପୁରରୁ ଦିଲ୍ଲୀ ଆସୁଥିଲା ଏହି ସ୍ଲିପର ବସ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହେଲେ ଅଗ୍ନିକାଣ୍ଡରେ ବସଟି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

ସୂଚନା ଅନୁସାରେ ଜୟପୁରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲା ସ୍ଲିପର କୋଚ୍ । ବିଳମ୍ବିତ ରାତିରେ ଗୁରୁଗ୍ରାମର ସିଗ୍ନେଚର ଟାୱାର ଫ୍ଲାଏଓଭର ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଏହାପରେ ବସରେ ଥିବା ଯାତ୍ରୀ ଭୟରେ ପାଟି ତୁଣ୍ଡ କରିବା ଆରମ୍ଭ କରିଥିଲେ । ବସରେ ନିଆଁ ଲାଗିବା ଦେଖି ଅନ୍ୟ ଯାତ୍ରୀମାନେ ତତ୍କାଳ ଏହି ସୂଚନା ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ବାହିନୀ ବହୁ ପରିଶ୍ରମ କରିବା ପରେ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ।

Exit mobile version