Site icon ଆଜିକାଲି

ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ବକପ : ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପର ହୋଷ୍ଟ ସିଟି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଲୋଗୋ ଉନ୍ମୋଚନ ଅବସରରେ ସ୍କୁଲ ଫୁଟବଲ କାର୍ନିଭାଲ ମଧ୍ୟ ଆୟୋଜନ କରାଯାଉଛି । ଭୁବନେଶ୍ଵର ସମେତ ଭାରତର ତିନିଟି ସହରରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ମ୍ୟାଚ ଖେଳାଯିବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତ ନିଜର ସବୁ ଗ୍ରୁପ ମ୍ୟାଚ ଖେଳିବ । ଅକ୍ଟୋବର ୧୧, ୧୪ ଏବଂ ୧୭ରେ ଫିଫା ବିଶ୍ବକପ୍ ମ୍ୟାଚ୍ ଖେଳାଯିବ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ ।

Exit mobile version