Site icon ଆଜିକାଲି

ଫିଫା ବିଶ୍ବକପ୍-୨୦୨୨ କ୍ୟାରିୟରର ଶେଷ ବିଶ୍ୱକପ : ମେସି

ବୁଏନସ୍ ଏୟର୍ସ : ଫୁଟ୍‌ବଲ୍ ଦୁନିଆର ମହାନ ଖେଳାଳି ତଥା ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଚଳିତବର୍ଷ କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫିା ବିଶ୍ବକପ୍‌-୨୦୨୨ ପରେ ଅବସର ନେବେ।

ଏକ ସାକ୍ଷାତକାରରେ ଲିଓନେଲ ମେସି କହିଛନ୍ତି ଯେ ୨୦୨୨ ସଂସ୍କରଣ ମୋର ଶେଷ ବିଶ୍ୱକପ ହେବ। ମୁଁ ଶାରୀରିକ ଭାବେ ଠିକ୍ ଅନୁଭବ କରୁଛି । ମୁଁ ଚଳିତ ବର୍ଷ ପ୍ରି-ସିଜନରେ ବହୁତ ଭଲ କରିଛି ଯାହା ମୁଁ ଗତ ବର୍ଷ କରିପାରି ନଥିଲି । ମାନସିକ ସ୍ଥିତି ଏବଂ ଆତ୍ମବିଶ୍ବାସ ମାମଲାରେ ମୁଁ କେଉଁଠାରେ ଅଛି ତାହା ଜାଣିବା ଜରୁରୀ ଥିଲା । ସେହିପରି ବିଶ୍ୱକପ ଉପରେ ମେସି କହିଛନ୍ତି, ବିଶ୍ୱକପରେ ସବୁକିଛି ସମ୍ଭବ । ସବୁ ମ୍ୟାଚ୍ ବେଶ୍ କଷ୍ଟକର । ଫେଭରିଟ୍ ଭାବେ ବିବେଚିତ ଦଳ ହିଁ ବିଶ୍ବକପ୍ ଜିତିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଆମେ ଫେଭରିଟ୍ କି ନା ମୁଁ ଜାଣେନି କିନ୍ତୁ ଏହାର ଇତିହାସ ଯୋଗୁଁ ଆର୍ଜେଣ୍ଟିନା ସର୍ବଦା ଏକ ଟାଇଟଲ ଦାବିଦାର ହୋଇଆସୁଛି । ସୂଚାନା‌ ଯେ, ୩୨ ଦେଶକୁ ନେଇ ଫିଫା ବିଶ୍ବକପ୍‌ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ଯାଏଁ କାତାରର ୫ ସହର ୮ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

Exit mobile version