Site icon ଆଜିକାଲି

ଫିଫା ବିଶ୍ଵକପ: କ୍ରୋଏସିଆକୁ ହରାଇ ଷଷ୍ଠ ଥର ପାଇଁ ଫାଇନାଲରେ ଆର୍ଜେଣ୍ଟିନା

ଦୋହା : ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଫିଫା ବିଶ୍ଵକପର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ ଗତ ଥରର ରନର୍ସ ଅପ୍ କ୍ରୋଏସିଆକୁ ହରାଇଛି । ଆର୍ଜେଣ୍ଟିନା ୨୦୧୪ ପରେ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ମେସି ବିଶ୍ବକପ ଟାଇଟଲ ଜିତିବାର ସ୍ବପ୍ନ ସାକାର କରିବାର ନିକଟତର ହୋଇଛନ୍ତି । ଅନ୍ୟପକ୍ଷରେ ଗତ ସଂସ୍କରଣର ରନର୍ସ ଅପ୍ କ୍ରୋଏସିଆର ଟାଇଟଲ ଜିତିବା ଆଶା ଏଥର ମଧ୍ୟ ଅଧୁରା ରହି ଯାଇଛି।

ଆର୍ଜେଣ୍ଟିନା ପକ୍ଷରୁ ମେସି ଏକ ପେନାଲ୍ଟିରୁ ଗୋଲ୍ ଦେଇ ଦଳକୁ ଅଗ୍ରଣୀ ଦେଇଥିଲେ । ଏହା ତାଙ୍କର ୧୧ତମ ବିଶ୍ବକପ୍ ଗୋଲ୍ ଥିଲା । ଏହାପରେ ଯୁବ ଷ୍ଟ୍ରାଇକର ଜୁଲିଆନ ଆଲ୍‌ଭାରେଜ ଅନ୍ୟ ୨ଟି ଗୋଲ ଦେଇଥିଲେ ।

୨୦୧୪ ପରେ ଆର୍ଜେଣ୍ଟିନା ପ୍ରଥମଥରପାଇଁ ବିଶ୍ଵକପର ଫାଇନାଲରେ ପ୍ରବେଶ କରିଛି। ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଥିବା ବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନର୍ସ ଅପ୍ ହୋଇଥିଲା। ୨୦୧୮ରେ ଦଳ ରାଉଣ୍ଡ ଅଫ୍ ୧୬ରୁ ବିଦାୟ ନେଇଥିଲା। ଏଥର ଫାଇନାଲରେ ପ୍ରବେଶ କରି ଦଳ ତୃତୀୟ ଥରପାଇଁ ବିଶ୍ଵକପ ଜିତିବା ଆଶା ଉଜ୍ଜୀବିତ ରଖୁଛି। ଅନ୍ୟପକ୍ଷରେ ଗତ ସଂସ୍କରଣ (୨୦୧୮)ରେ ରନର୍ସ ଅପ୍ ହୋଇ ବିଶ୍ୱକପରେ ଶ୍ରେଷ୍ଠ ସଫଳତା ପାଇଥିଲା। ୧୯୯୮ରେ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା ।

Exit mobile version