Site icon ଆଜିକାଲି

ଏଫ୍ଆ‌ଇଏଚ୍‌ ହକି ପ୍ରୋ ଲିଗ୍‌ : ଆଜି ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ରାଉରକେଲା : ଅନ୍ତର୍ଜାତୀୟ ହକି ମହାସଂଘ ପ୍ରୋ ଲିଗର ଆଜି ଦ୍ବିତୀୟ ମ୍ୟାଚ । ମୁହାଁମୁହିଁ ହେବେ ବିଶ୍ବର ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ଅଷ୍ଟ୍ରେଲିଆ । ଶନିବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ଏହି ମ୍ୟାଚ ।

ଗତ ଶୁକ୍ରବାର ଭାରତ ଠାରୁ ୩-୨ ଗୋଲରେ ବିଶ୍ବକପ ବିଜେତା ଜର୍ମାନୀ ପରାଜିତ ହୋଇଥିବା ବେଳେ ଶନିବାର ଅଧିକ ଗୋଲ ଦେଇ ବିଜୟୀ ହେବା ନେଇ ଆଶା ରଖିଛି । ଆଜିର ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ପ୍ରୋ ଲିଗରେ ଜର୍ମାନୀ ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ ହେବ । ୩ଟି ଟିମ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ ।

Exit mobile version