Site icon ଆଜିକାଲି

ହକି ବିଶ୍ୱକପ୍ ଗ୍ରୁପ ପର୍ଯ୍ୟାୟ ଶେଷ : ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ

ଭୁବନେଶ୍ବର : ହକି ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ଶେଷ ହୋଇଛି । ଅଲିମ୍ପିକ ଓ ୨୦୧୮ ବିଶ୍ବକପ ବିଜେତା ବେଲଜିୟମ, ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ, ଗତଥରର ଉପବିଜେତା ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ପୁଲ୍ ବିଜେତା ହୋଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚାରିଟି ପୁଲରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳଗୁଡିକ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବା ପାଇଁ କ୍ରସଓଭର ମ୍ୟାଚ ଖେଳିବେ ।

ଭାରତ କ୍ୱାର୍ଟର ଫାଇନାଲ ଖେଳିବାକୁ ହେଲେ କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ପଡ଼ିବ। ଆସନ୍ତା ରବିବାର ଖେଳାଯିବ ଏହି ମ୍ୟାଚ୍ । ଅନ୍ୟ କ୍ରସଓଭର ମ୍ୟାଚରେ ସ୍ପେନ୍‌-ମାଲେସିଆ, ଜର୍ମାନୀ-ଫ୍ରାନ୍ସ, ଦକ୍ଷିଣ କୋରିଆ-ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ । ରବିବାର ଓ ସୋମବାର କ୍ରସଓଭର ମ୍ୟାଚ ସବୁ ସରିଲା ପରେ କ୍ବାର୍ଟର ଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହେବ ।

Exit mobile version