Site icon ଆଜିକାଲି

ସାରା ବିଶ୍ଵରେ ‘ଜୱାନର‘ ଯାଦୁ , ୧୦୦୦ କୋଟି କ୍ଲବରେ କଲା ଏଣ୍ଟ୍ରି

ମୁମ୍ଵାଇ : ବଲିଉଡ କିଙ୍ଗ ଶାହାରୁଖ ଖାନ। ତାଙ୍କ ଫିଲ୍ମ ‘ଜୱାନ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଏହାପୂର୍ବରୁ ଏହି ସିନେମା ୧୦୦୦ କୋଟି ଟଙ୍କାର କ୍ଲବରେ ସ୍ଥାନ ପାଇଛି। ଚଳିତ ବର୍ଷ ‘ପଠାନ’ ପରେ ଶାହାରୁଖ ଖାନଙ୍କ ‘ଜୱାନ’ ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ଏହି ପଦବୀ ହାସଲ କରିବାରେ ଶାହାରୁଖ ଖାନ ପ୍ରଥମ ବଲିଉଡ ଅଭିନେତା ହୋଇଛନ୍ତି। ଶାହାରୁଖ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା। ଯାହାର ଦୁଇଟି ଚଳଚ୍ଚିତ୍ର ଗୋଟିଏ ବର୍ଷରେ ସାରା ବିଶ୍ଵରେ ୧୦୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୱାନ’ର ରୋଜଗାର ଫଟୋ ସାରା ବିଶ୍ୱର ସିନେମା ହଲ୍‌ରେ ଟିକେଟ୍ ୱିଣ୍ଡୋରେ ୧୦୦୪. ୯୨କୋଟି ଟଙ୍କା ଅତିକ୍ରମ କରିଛି।

ଏନେଇ ଫିଲ୍ମର ନିର୍ମାତା ଏହି ସୂଚନା ଦେଇଛନ୍ତି। ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ ଏହାର ଅଫିସିଆଲ୍ ପେଜ୍‌ରେ ଜୱାନ୍ (ଜୱାନ୍ ୱାର୍ଲ୍ଡ ୱାଇଡ୍ କଲେକ୍ସନ୍) ର ଆୟ କରୁଥିବା ନେଇ ଟ୍ଵିଟ୍‌ କରିଛନ୍ତି। ସେପ୍ଟେମ୍ବର ୭ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ‘ଜୱାନ୍’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଜଣେ ବ୍ୟକ୍ତିଙ୍କ ଭାବପ୍ରବଣ ଯାତ୍ରା ଉପରେ ଆଧାରିତ। ଯିଏ ସମାଜରେ ଥିବା ଭୁଲକୁ ଠିକ୍ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିରେ ଶାହାରୁଖ ବିକ୍ରମ ରାଠୋର ଏବଂ ତାଙ୍କ ପୁଅ ଆଜାଦଙ୍କ ଡବଲ ଭୂମିକାରେ ଅଛନ୍ତି।

Exit mobile version