Site icon ଆଜିକାଲି

ମହାମାରୀ କରୋନା ପରେ ସମଗ୍ର ବିଶ୍ୱ ପାଇଁ ଆର୍ଥିକ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉଜବେକିସ୍ତାନର ସମରକନ୍ଦରେ ଏସସିଓ ବୈଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅନ୍ୟ ସଦସ୍ୟ ଦେଶର ନେତାମାନେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏବଂ ବାଣିଜ୍ୟ ଏବଂ ସଂଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କୋରୋନା ମହାମାରୀ ପରେ ସମଗ୍ର ବିଶ୍ୱ ପାଇଁ ଆର୍ଥିକ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆର୍ଥିକ ଦୃଷ୍ଟିରୁ ଟ୍ରାକକୁ ଫେରିବା ପାଇଁ ସମଗ୍ର ବିଶ୍ୱ ଆଗରେ ଏକ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି। ସେ କହିଛନ୍ତି ଯେ ଭାରତ ଏସସିଓ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ସହଯୋଗକୁ ସମର୍ଥନ କରି ଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି କି ମହାମାରୀ ପରେ ଆଜି ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ଆହ୍ୱାନକୁ ସାମ୍ନା କରୁଛି। ଏଭଳି ପରିସ୍ଥିତିରେ ଏସସିଓର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏସସିଓର ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡ଼ିପିର ୩୦ ପ୍ରତିଶତ ଯୋଗଦାନ ଦେଇଥାନ୍ତି। ଏପରିକି ଏହି ଏସସିଓ ରାଷ୍ଟ୍ରରେ ସମଗ୍ର ବିଶ୍ୱର ୪୦ ପ୍ରତିଶତ ଲୋକେ ବସବାସ କରନ୍ତି।

ଏହି ଏସସିଓ ରାଷ୍ଟ୍ର ମଧ୍ୟରେ ଭାରତ ଅଧିକ ସହଯୋଗ ଓ ପାରସ୍ପରିକ ବିଶ୍ୱାସକୁ ସମର୍ଥନ କରିଆସୁଛି। ୟୁକ୍ରେନରେ ମହାମାରୀ ଓ ସଂକଟ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବ୍ୟାଘାତ ସୃଷ୍ଟି ହେବା କାରଣରୁ ସମଗ୍ର ବିଶ୍ୱରେ ଖାଦ୍ୟ ସଂକଟର ସାମ୍ନା କରୁଛି। ଏସସିଓ ଆମ ଅଞ୍ଚଳରେ ନିର୍ଭରଯୋଗ୍ୟ, ସ୍ଥାୟୀ ଏବଂ ବିବିଧ ଯୋଗାଣ ଶୃଙ୍ଖଳା ବିକାଶ କରିବାକୁ ଚେଷ୍ଟା କରିବା ଉଚିତ୍ | ଏଥିପାଇଁ ଉନ୍ନତ ସଂଯୋଗୀକରଣ କେବଳ ଆବଶ୍ୟକ ହେବ ନାହିଁ, ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ଯେ ଆମେ ସମସ୍ତେ ପରସ୍ପରକୁ ଗମନାଗମନର ସମ୍ପୂର୍ଣ୍ଣ ଅଧିକାର ଦେବା ଉଚିତ ବୋଲି ମୋଦି କହିଥିଲେ।

Exit mobile version