Site icon ଆଜିକାଲି

ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ନଡ୍ଡା, ଅମିତ ମାଲବ୍ୟ ଓ ବିଜୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁରୁ: ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏବଂ କର୍ଣ୍ଣାଟକ ବିଜେପି ମୁଖ୍ୟ ବି.ଜେ ବିଜୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ନ ଦେବା ପାଇଁ ଏସସି,ଏସଟି ମତଦାତାଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବିଜେପିର ଏହି ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ସୋମବାର ପୋଲିସ କହିଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ରବିବାର ନିର୍ବାଚନ କମିଶନ ଏବଂ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ଆକ୍ସନ ନିଆଯାଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବିଜେପି ନେତାମାନଙ୍କ ବିରୋଧରେ ଜନ ପ୍ରତିନିଧୀ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍ ଧାରା ୫୦୫ (୨) (ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଶତ୍ରୁତା ଅବା ଘୃଣା ପ୍ରୋତ୍ସାହିତ କଲାଭଳି ବୟାନ) ଅଧୀନରେ ମାମଲା ରୁଜୁ କରାଯାଇଛି ।

ଅଭିଯୋଗରେ କର୍ଣ୍ଣାଟକ ପ୍ରଦେଶ ବିଜେପିର ଅଫିସିଆଲ୍ ଆକାଉଣ୍ଟରୁ ‘ଏକ୍ସ’ ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ଦର୍ଶାଇଥିଲା କେପିସିସି । ଦଳ ଅଭିଯୋଗ କରିଥିଲା ଯେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ରାଜ୍ୟ ସଭାପତି ବିଏ ବିଜୟେନ୍ଦ୍ରଙ୍କ ନିର୍ଦ୍ଦେଶରେ ଏହି ଆକାଉଣ୍ଟକୁ ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ପରିଚାଳନା କରୁଛନ୍ତି।

କଂଗ୍ରେସ ଅଭିଯୋଗ କରିଛି, “ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ରାହୁଲ ଗାନ୍ଧୀ ଏବଂ (ମୁଖ୍ୟମନ୍ତ୍ରୀ) ସିଦ୍ଧରମୈୟାଙ୍କ ଆନିମେଟେଡ୍ ଚରିତ୍ର ପ୍ରଦର୍ଶନ କରାଯାଇଛି। ଭିଡିଓ କ୍ଲିପ୍‌ରେ ଏସସି, ଏସଟି ଏବଂ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ସମ୍ପ୍ରଦାୟକୁ ଏକ ବସା ଭିତରେ ‘ଅଣ୍ଡା’ ଭାବେ ଚିତ୍ରଣ କରାଯାଇଛି । ରାହୁଲ ଗାନ୍ଧୀ ମୁସଲମାନ ସମ୍ପ୍ରଦାୟ ନାମରେ ଏକ ବଡ଼ ଅଣ୍ଡା ଏହି ବସାରେ ରଖୁଛନ୍ତି। ମୁସଲିମ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା କୁକୁଡ଼ା ମାନଙ୍କୁ ଅର୍ଥ ଦିଆଯାଉଛି, ଯାହା ପରେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟକୁ ଏହି ବାହାରୁ ବାହାର କରି ଦିଆଯାଉଛି।

ଜାଣିଶୁଣି ଦଙ୍ଗା ସୃଷ୍ଟି କରିବା ଏବଂ ବିଭିନ୍ନ ଧର୍ମ ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ନଦେବାକୁ ଏସସି / ଏସଟି ସମ୍ପ୍ରଦାୟର ସଦସ୍ୟଙ୍କୁ ଭୟଭୀତ କରିବା ପାଇଁ ବିଜେପିର ନେତା ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Exit mobile version