Site icon ଆଜିକାଲି

ଦାଦାସାହେବ ଫାଲକେ ଫିଲ୍ମ ସିଟିରେ ଲାଗିଲା ନିଆଁ, ସମସ୍ତେ ସୁରକ୍ଷିତ

ମୁମ୍ଵାଇ : ଗୁରୁଗାଓଁ ସ୍ଥିତ ଦାଦାସାହେବ ଫାଲକେ ଫିଲ୍ମ ସିଟିରେ ଲାଗିଲା ନିଆଁ । ଶୁକ୍ରବାର ସିରିଏଲର ସୁଟିଂ ସମୟରେ ସେଟରେ ଏହି ନିଆଁ ଲାଗିଥିଲା । ଏହି ସେଟ୍‌ଟି ‘ଗୁମ୍ ହୈ କିସି କେ ପ୍ୟାର୍ ମେଁ’ର ସେଟରେ ଦୁର୍ଘଟଣା ଘଟିଛି। ସେଟରେ ଥିବା ସମସ୍ତ କ୍ରୁ ସଦସ୍ୟ ଏବଂ କଳାକାରମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା । ଏନେଇ ବିଏମସି ବିପର୍ଯ୍ୟୟ ନିୟନ୍ତ୍ରଣ ଏହି ସୂଚନା ଦେଇଛି ।

ସିରିଏଲ ‘ଗୁମ୍ ହୈ କିସି କେ ପ୍ୟାର୍ ମେଁ’ର ସେଟରୁ ଏହି ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ପାଞ୍ଚଟି ଫାୟାର ଇଞ୍ଜିନ, ଦୁଇଟି ବଡ ପାଇପଲାଇନ, ନୌ ପମ୍ପ ଏବଂ ଅନ୍ୟାନ୍ୟ ଉପକରଣ ପଠାଯାଇଥିଲା। ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଘଟଣା ସମୟରେ ସିରିଏଲର କ୍ରୁ ଏବଂ କାଷ୍ଟ ଉପସ୍ଥିତ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହା ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ । କୁହାଯାଉଛି କି ସିଲିଣ୍ଡରରୁ ଲାଗିଛି ନିଆଁ।

Exit mobile version