Site icon ଆଜିକାଲି

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଲାଗିଛି ୮ଟି ଅଗ୍ନିଶମ ଗାଡି

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁଯାୟୀ, ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଯାଇଛି। ନିଆଁକୁ ଲିଭାଇବା କାର୍ଯ୍ୟରେ ୮ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ‌। ଘଟଣାସ୍ଥଳରୁ ମିଳିଥିବା ଫଟୋ ଏବଂ ଭିଡ଼ିଓରେ ଏମ୍ସ ବିଲ୍ଡିଂରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ।

Exit mobile version