Site icon ଆଜିକାଲି

ରୁଷ କୋଷ୍ଟ୍ରୋମା ସହରର ଏକ କାଫେରେ ଅଗ୍ନିକାଣ୍ଡ, ୧୫ ମୃତ


ମସ୍କୋ : ରୁଷର କୋଷ୍ଟ୍ରୋମା ସହରର ଏକ କାଫେରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଜଣେ ଇମର୍ଜନ୍ସି ଅଧିକାରୀ କହିଛନ୍ତି ଯେ କାଫେରେ ସକାଳେ ଏକ ଝଗଡ଼ା ହୋଇଥିଲା । ଏହାପରେ କେହି ଜଣେ ଫ୍ଲେୟାର ଗନ୍ ବ୍ୟବହାର କରିବାରୁ କାଫେରେ ନିଆଁ ଲାଗି ଯାଇଥିଲା। ଉଦ୍ଧାରକାରୀ ଦଳ ୨୫୦ ଲୋକଙ୍କୁ ବଞ୍ଚାଇଥିଲେ।

କୋସ୍ତ୍ରୋମା ସହର ରାଜ୍ୟପାଳ କହିଛନ୍ତି ଯେ, ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି। ସେହିପରି ଆହତମାନଙ୍କ ଚିକିତ୍ସା କରାଯାଇଛି। ରାଜଧାନୀ ମସ୍କୋର ଉତ୍ତର ଦିଗକୁ ପ୍ରାୟ ୩୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ କୋସ୍ତ୍ରୋମା ନଗରୀରେ ଥିବା ‘ପୋଲିଗନ୍‌’ ନାମକ ଉକ୍ତ କାଫେରେ ଲାଗିଥିବା ନିଆଁକୁ ଆଜି ସକାଳ ପ୍ରାୟ ୭.୩୦ରେ ଲିଭାଇ ଦିଆଯାଇଛି। ୨୦୦୯ରେ ମଧ୍ୟ ରୁଷରେ ସମାନଧରଣର ଘଟଣା ଘଟି ୧୫୦ ଜଣଙ୍କର ମୃତ୍ୟୁ ଘଟିଥିଲା।

Exit mobile version