Site icon ଆଜିକାଲି

ବାଂଲାଦେଶ ବେନାପୋଲ ଏକ୍ସପ୍ରେସ୍‌ରେ ନିଆଁ, ୪ ମୃତ

ନୂଆଦିଲ୍ଲୀ : ବାଂଲାଦେଶର ଏକ ଟ୍ରେନରେ ଶୁକ୍ରବାର ନିଆଁ ଲାଗିଯାଇଛି। ଏହି ଘଟଣାରେ ଦୁଇ ଶିଶୁଙ୍କ ସମେତ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଟ୍ରେନ୍ ଉପକୂଳବର୍ତ୍ତୀ ସହର ବେନାପୋଲରୁ ଭାରତୀୟ ସୀମା ନିକଟରୁ ଆସୁଥିଲା। ଏନେଇ ଢାକା ଟ୍ରିବ୍ୟୁନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ଦେଶର ସାଧାରଣ ନିର୍ବାଚନର ଦୁଇ ଦିନ ପୂର୍ବରୁ ଏହି ଘଟଣା ଘଟିଥିଲା।

ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ୫ ମିନିଟରେ ଏହି ନିଆଁ ଲାଗିଥିବା ବେଳେ ଟ୍ରେନର ୫ଟି ବଗିକୁ ଏହା ବ୍ୟାପି ଯାଇଥିଲା। ମୃତ ୪ ଜଣଙ୍କର ପରିଚୟ ଏବେ ପର୍ଯ୍ୟନ୍ତ ମିଳିପାରି ନାହିଁ। ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ଲାଗିଥିଲା। ଅଗ୍ନିଶମ ସେବା ତଥା ନାଗରିକ ପ୍ରତିରକ୍ଷା ମୁଖପାତ୍ର ଘଟଣାସ୍ଥଳରେ ଗଣମାଧ୍ୟମକୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମେ ଚାରିଟି ମୃତଦେହ ଉଦ୍ଧାର କରିଛୁ। ଅନ୍ୟମାନଙ୍କୁ ଖୋଜା ଚାଲିଛି। ରେଳ ଅଧିକାରୀ କହିଛନ୍ତି ଯେ ଏହି ଟ୍ରେନରେ ପ୍ରାୟ ୨୯୨ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଘରକୁ ଫେରୁଥିଲେ। ଟ୍ରେନଟି ଗୋପିବାଗ ଅଞ୍ଚଳରେ ପହଞ୍ଚିବା ମାତ୍ରେ ନିଆଁ ଲାଗିଯାଇଥିଲା।

Exit mobile version