Site icon ଆଜିକାଲି

ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ, ୮ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ସିକନ୍ଦରାବାଦରେ ଏକ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଏବେ ବି ଏଠାରେ ଫସି ରହିଥିବାର ଆଶଙ୍କା କରାଯାଉଛି | ସିକନ୍ଦରାବାଦର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶୋ’ରୁମର ଚାର୍ଜିଂ ୟୁନିଟରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଉପର ଦୁଇ ମହଲାରେ ଥିବା ଏକ ହୋଟେଲକୁ ବ୍ୟାପି ଯାଇଥିଲା । ପ୍ରଶାସନ ତରଫରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ପୂର୍ବରୁ ତାମିଲନାଡୁରେ ମଧ୍ୟ ଏହିପରି ଘଟଣା ଘଟିଥିଲା। ଜଣେ ଗ୍ରାହକ ପୋରୁର-କୁନ୍ଦରାଟୁର ଶୋ’ରୁମରେ ତାଙ୍କ ଇ-ବାଇକର ବ୍ୟାଟେରୀକୁ ଚାର୍ଜରେ ରଖିଥିଲେ | କିଛି ସମୟ ପରେ ଶୋ’ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଧୀରେ ଧୀରେ ପୁରା ଶୋ’ରୁମ୍ ନିଆଁରେ ପୋଡି ଯାଇଥିଲା | ଏହି ଘଟଣାରେ ସର୍ଭିସିଙ୍ଗ୍ ପାଇଁ ଆସିଥିବା ୫ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଏବଂ ୧୨ଟି ପୁରୁଣା ଇଲେକ୍ଟ୍ରିକ୍ ସ୍କୁଟର ପୋଡି ପାଉଁଶ ହୋଇଯାଇଥିଲା ।

Exit mobile version