Site icon ଆଜିକାଲି

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୧୨ ଦମକଳ ଗାଡ଼ି ନିୟୋଜିତ

ପାଟନା : ବିହାର ରାଜଧାନୀ ପାଟନାରେ ଏକ ତେଲ ଗୋଦାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ । ମଙ୍ଗଳ ତାଲାବ ନିକଟରେ ଥିବା ରିଫାଇନ୍‌ ତେଲ ଗୋଦାମରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁର ମାତ୍ରା ଏତେ ଭୟଙ୍କର ଯେ ୧୨ଟି ଦମକଳ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଗୋଦାମ ଆଖପାଖ ଅଞ୍ଚଳ ଖାଲି କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ରହିଛି। ସେହିପରି ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଖବର ମିଳିନାହିଁ।

ସୂଚନା ଯେ, ମଙ୍ଗଳବାର ସକାଳ ୫ଟା ସମୟରେ ନିଆଁ ଲାଗିଥିଲା। ଏହା ପରେ ଦେଖୁ ଦେଖୁ ନିଆଁ କରାଳ ରୂପ ନେଇଥିଲା। ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ନିଆଁ ଲାଗିଥିବା ଗୋଦାମ ଏକ ଟ୍ରାନ୍ସପୋର୍ଟ କମ୍ପାନୀର। ଏଠାରେ ରିଫାଇନ୍‌ ତେଲ ବ୍ୟତୀତ ଅନ୍ୟ ସାମଗ୍ରୀ ମଧ୍ୟ ରହିଥିଲା। ଫଳରେ କ୍ଷତି ଅଧିକ ହେବାର ଆଶଙ୍କା କରାଯାଉଛି।

Exit mobile version