Site icon ଆଜିକାଲି

ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ : ଡବ୍ଲୁଏଚଓ

ନୂଆଦିଲ୍ଲୀ : ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଗତ ବୁଧବାର ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତକ ହେଉଛନ୍ତି ମେକ୍‌‌ସିକୋର ବାସିନ୍ଦା। ତାଙ୍କୁ ୫୯ ବର୍ଷ ହୋଇଥିଲା। ସେ ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଧୀରେ ଧୀରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହିତ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ସେ ଆଭିଆନ ଇନ୍‌‌ଫ୍ଲୁଏନ୍‌‌ଜା (ଏଚ୫ଏନ୨) ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୌଣସି ମଣିଷ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡବ୍ଲୁଏଚଓ କହିଛି।

Exit mobile version