Site icon ଆଜିକାଲି

ଭାରତୀୟ କ୍ରିକେଟ୍‌ ଇତିହାସରେ ପ୍ରଥମ, ୩ଟି ଫର୍ମାଟରେ ନମ୍ବର-୧

ଦୁବାଇ: କ୍ରିକେଟର ସମସ୍ତ ୩ଟି ଫର୍ମାଟରେ ଏବେ ଟିମ୍ ଇଣ୍ଡିଆର ରାଜୁତି । ଭାରତ ତିନୋଟି ଯାକ ଫର୍ମାଟରେ ଏକ ନମ୍ବର ଦଳ ହୋଇଛି। ଦକ୍ଷିଣ ଆଫ୍ରିକା ପରେ ବିଶ୍ୱର ଦ୍ୱିତୀୟ ଦଳ ଭାବେ ଭାରତ ଏଭଳି ବିରଳ କୀର୍ତ୍ତିମାନ ହାସଲ କରିଛି । ବୁଧବାର ପ୍ରକାଶିତ ସଦ୍ୟତମ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଭାରତୀୟ ଦଳ ପୂର୍ବରୁ ଦିନିକିଆ ଏବଂ ଟି-୨୦ ରେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି ।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ଏବେ ୧୧୫ ପଏଣ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ବଜାୟ ରଖିବାକୁ ହେଲେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜକୁ ୨-୦ କିମ୍ବା ତା’ଠାରୁ ଅଧିକ ବ୍ୟବଧାନରେ ଜିତିବାକୁ ପଡ଼ିବ। ଏକଦିବସୀୟ ମାନ୍ୟତାରେ ମଧ୍ୟ ଭାରତ, ଅଷ୍ଟ୍ରେଲିଆଠାରୁ ଦୁଇ ପଏଣ୍ଟ ଆଗରେ ରହିଛି। ଭାରତରେ ୧୧୪ ପଏଣ୍ଟ ଥିବାବେଳେ ଅଷ୍ଟ୍ରେଲିଆରେ ୧୧୨ ପଏଣ୍ଟ ରହିଛି। ସେହିପରି ଟି-୨୦ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ବଜାୟ ରଖିଛି । ଦ୍ବିତୀୟ ସ୍ଥାନରେ ରହିଥିବା ଇଂଲଣ୍ଡ ଠାରୁ ଭାରତ ୧ ପଏଣ୍ଟ ଆଗରେ ରହିଛି ।

Exit mobile version