Site icon ଆଜିକାଲି

ପ୍ରଥମ ଟି-୨୦ : ଟସ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ୱାଇ : ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା । ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଏଥିରେ ଶ୍ରୀଲଙ୍କା ଅଧିନାୟକ ଦଶୁନ ଶନାକା ଟସ ଜିତି ବୋଲିଂ ନିଷ୍ପତ୍ତି ନେବା ସହ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଉଭୟ ଭାରତ ଏବଂ ଶ୍ରୀଲଙ୍କା ଟିମ ନୂଆବର୍ଷର ଯାତ୍ରା ପ୍ରଥମ ମ୍ୟାଚର ବିଜୟରୁ ଆରମ୍ଭ କରିବାକୁ ଚାହିଁବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛି । ଶୁଭମନ ଗିଲ ଏବଂ ଶିଭମ ମାଭି ଆଜି ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିବେ । ଗିଲଙ୍କ ଏହା ତୃତୀୟ ଫର୍ମାଟ୍ ଡେବ୍ୟୁ ହୋଇଥିବା ବେଳେ ମାଭିଙ୍କ ପାଇଁ ଏହା ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ ।

ଭାରତୀୟ ଦଳ : ଇଶନ କିଶନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଶିଭମ ମାଭି, ଉମରାନ ମଲିକ, ଯୁଜଭେନ୍ଦ୍ର ଚହଳ ।

ଶ୍ରୀଲଙ୍କା ଦଳ : ପଥୁମ ନିଶଙ୍କ, କୁସଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷେ, ଦାସୁନ ଶନାକା, ବାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକ୍ଷଣା, କସୁନ ରାଜିଥା ଏବଂ ଦିଲଶାନ ମଦୁଶଂକା ।

Exit mobile version