Site icon ଆଜିକାଲି

ପ୍ରଥମ ଟେଷ୍ଟ : ଅଶ୍ବିନଙ୍କ ଜବରଦସ୍ତ ଶତକ ଓ ଜାଡେଜାଙ୍କ ଅପରାଜିତ ୮୩ ରନ୍‌, କମବ୍ୟାକ କଲା ଭାରତ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ। ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । ଯଶସ୍ୱୀ ଜୟସ୍ୱାଲ ୧୧୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ସେହିପରି ଋଷଭ ପନ୍ତ ୫୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୫୨ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୧୧୭ ବଲରେ ୮୬ ରନ କରି ଅପରାଜିତ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୧୨ ବଲରେ ୧୦୨  ରନ କରି ଅପରାଜିତ ରହିଛନ୍ତି।

ପେସ ବୋଲିଂକୁ ଆରମ୍ଭରୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ହାସନ ମହମୁଦ ଭାତକୁ ଜଟକା ପରେ ଜଟକା ଦେଇଥିଲେ। ପ୍ରଥମେ ସେ ଅଧିନାୟକ ରୋହିତ ଶର୍ମା(୬)ଙ୍କୁ ଆଉଟ କରିଥିଲେ। ଏହାପରେ ଶୁବମନ ଗିଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ବିରାଟ କୋହଲି ମାତ୍ର ୬ ରନ କରି ହାସଙ୍କ ତୃତୀୟ ଶିକାର ବନିଥିଲେ। ଭାରତ ୩୪ ରନରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଲଞ୍ଚ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। କିନ୍ତୁ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହାସନ ୩୯ ରନ କରିଥିବା ପନ୍ତଙ୍କୁ ଆଉଟ କରି ଦେଇଥିଲେ। ପନ୍ତ ଆଉଟ ହୋଇଥିଲେ ହେଁ ଯଶସ୍ୱୀ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ନାହିଦ ରାଣା ୫୬ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ପରବର୍ତ୍ତୀ ଓଭରରେ ମେହିଦ ହାସନ ମିରାଜ ୧୬ ରନ କରିଥିବା ରାହୁଲଙ୍କୁ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଭାରତ ୧୪୪ ରନରେ ୬ଷ୍ଠ ୱିକେଟ ହରାଇଥିଲା। ବାସ୍‌ ଏହି ଠାରୁ ଆରମ୍ଭ ହୋଇଥିବା ରବୀନ୍ଦ୍ର ଓ ରବିଚନ୍ଦ୍ରନଙ୍କ ଜଲୱା। ଉଭୟ କେବଳ ୱିକେଟ ରଖି ନଥିଲେ, ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ବିଶେଷ କରି ଘରୋଇ ଦର୍ଶକଙ୍କ ଆଗରେ ଅଶ୍ୱିନ ନିଜର ଦକ୍ଷତା ଦେଖାଇଥିଲେ। ବାଂଲାଦେଶର ପ୍ରତିଟି ବୋଲରଙ୍କୁ ଉଭୟ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ ପରେ ଉଭୟ ଗିୟର ମଧ୍ୟ ବଦଳାଇଥିଲେ। ଏଥିସହ ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ସେହିପରି ଘରୋଇ ମାଟିରେ ଦ୍ୱିତୀୟ ସେଞ୍ଚୁରୀ। ଶତକୀୟ ଇନିଂସରେ ଅଶ୍ୱିନ ୧୦ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଅଶ୍ୱିନଙ୍କ ଶତକ ପରେ ଜାଡେଜା ମଧ୍ୟ ସେହି ଦିଗରେ ଆଗେଇ ଥିଲେ। ହେଲେ ପ୍ରଥମ ଦିନର ଖେଳକୁ ୮୦ ଓଭରରେ ବନ୍ଦ କରି ଦିଆଯାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୮୬ ରନରେ ଅପରାଜିତ ରହିଛନ୍ତି। ଅଶ୍ୱିନ ମଧ୍ୟ ୧୦୨ ରନ କରି କ୍ରିଜରେ ଅଛନ୍ତି। ଆସନ୍ତାକାଲି ଉଭୟ ଏହି ଠାରୁ ବ୍ୟାଟିଂ କରିବେ। 

ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ୍‌‌ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନାହିଦ୍‌‌ ରାଣା ଓ ମେହଦୀ ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Exit mobile version