Site icon ଆଜିକାଲି

ପ୍ରଥମ ଟେଷ୍ଟ: ଏଲଗାରଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକା ଇନିଂସ୍ ଅଗ୍ରଣୀ

ସେଞ୍ଚୁରିଅନ: ଓପନର ଡିନ୍ ଏଲଗାରଙ୍କ ଅପରାଜିତ ଶତକ ସହାୟତାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି । ଭାରତର ପ୍ରଥମ ଇନିଂସ୍ ସ୍କୋର୍ ୨୪୫ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୫୬ ରନ୍ କରିଛି। କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍ ଖେଳୁଥିବା ଡିନ୍ ଏଲଗାର ୧୪୦ ରନ୍ କରି ଅପରାଜିତ ଅଛନ୍ତି ‌। ଏଲଗାରଙ୍କ ସହ ମାର୍କୋ ୟେନସନ ୩ ରନ୍ କରି ବ୍ୟାଟିଂ କରୁଛନ୍ତି । ହାତରେ ଆହୁରି ୫ ଓ୍ବିକେଟ୍ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଏଯାବତ୍ ୧୧ ରନରେ ଅଗ୍ରଣୀ ହାସଲ କରିଛି।

ଭାରତ ପକ୍ଷରୁ ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଖେଳର ତୃତୀୟ ଦିନ ପ୍ରଥମ ସେସନ ଖେଳ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ଭାରତ ଆଉ ୫ ଓ୍ବିକେଟ୍ ଶୀଘ୍ର ଖସାଇବାକୁ ଚାହିଁବ। ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୦୮/୮ରୁ ଖେଳ ଆରମ୍ଭ କରିଥିଲା । ଦଳ ଦ୍ବିତୀୟ ଦିନର ପ୍ରଥମ ସେସନରେ ୨୪୫ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ତରଫରୁ କେଏଲ ରାହୁଲ ୧୦୧ ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅଷ୍ଟମ ଶତକ ।

Exit mobile version