Site icon ଆଜିକାଲି

ପ୍ରଥମ ଟେଷ୍ଟ : ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୨୬ ରନ୍‌ରେ ଆଗୁଆ

ହାଇଦ୍ରାବାଦ : ଓଲି ପପ୍‌ ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ କରି ଇଂଲଣ୍ଡର ସମ୍ମାନ ରଖିଛନ୍ତି । ସେ ଅପରାଜିତ ୧୪୮ ରନ୍‌ କରିବା ଫଳରେ ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୬ ୱିକେଟ୍‌ରେ ୩୧୬ ରନ୍‌ କରିଛି । ଫଳରେ ଭାରତ ଠାରୁ ୧୨୬ ରନ୍‌ରେ ଆଗୁଆ ରହିଛି । ପପ୍‌ ଏବଂ ୱିକେଟ କିପର ବେନ୍‌ ଫୋକ୍ସ ପଞ୍ଚମ ୱିକେଟରେ ୧୧୨ ରନ୍‌ ଯୋଡ଼ିବା ଫଳରେ ଭ୍ରମଣକାରୀ ଦଳ ୩୦୦ ରନ୍‌ ପାର୍‌ କରି ପାରିଥିଲା ।ଫୋକ୍ସ ୩୪ ରନ୍‌ କରିଥିଲେ । ପୂର୍ବରୁ କ୍ରଲୀ ୩୧, ବେନ୍‌ ଡକେଟ୍‌ ୪୭ ରନ୍‌ କରିଥିଲେ ।

ଭାରତ ପକ୍ଷରୁ ବୁମରା ଓ ଅଶ୍ୱିନ୍‌ ୨ଟି ଲେଖାଏଁ ଏବଂ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିଛନ୍ତି । ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ଓ ଭାରତ ୪୩୬ ରନ୍‌ ସ୍କୋର କରିଥିଲା ।

Exit mobile version