Site icon ଆଜିକାଲି

ପ୍ରଥମ ଟେଷ୍ଟ: ବିଜୟରୁ ୪ ୱିକେଟ୍ ଦୂରରେ ଭାରତ

ଚଟୋଗ୍ରାମ: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟରୁ ମାତ୍ର ୪ ୱିକେଟ୍ ଦୂରରେ ରହିଛି । ଭାରତ ପ୍ରଦତ୍ତ ୫୧୩ ରନ୍‌ର ବିଶାଳ ଟାର୍ଗେଟ ଜବାବରେ ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ହେବା ବେଳକୁ ୨୭୨ ରନ୍ କରି ୬ଟି ଓ୍ବିକେଟ୍ ହରାଇ ଦେଇଛି ।

ବାଂଲାଦେଶକୁ ବିଜୟ ପାଇଁ ଆହୁରି ୨୫୧ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ୪ ଓ୍ବିକେଟ୍ ଦରକାର | ବାଂଲାଦେଶର ଦୁଇ ଓପନର୍ ଜାକିର ହସନ (୧୦୦ ରନ) ଏବଂ ନଜମୁଲ ଶାନ୍ତୋ (୬୭ ରନ) ଭାରତୀୟ ବୋଲରଙ୍କ ଦୃଢ଼ ମୁକାବିଲା କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍ ଯୋଡିଥିଲେ। ତେବେ ଦଳର ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।

ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଶାକିବ ଅଲ ହସନ ୪୦ ରନ୍ କରି କ୍ରିଜରେ ଅଛନ୍ତି। ତାଙ୍କ ସହ ମେହେଦୀ ହସନ ମିର୍ଜା ୯ ରନରେ ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ବାମହାତୀ ସ୍ପିନର ଅକ୍ଷର ପଟେଲ ୩ଟି ୱିକେଟ୍ ନେଇଛନ୍ତି। ଉମେଶ ଯାଦବ, ଆର୍ ଅଶ୍ୱିନ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।

ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ କରିଥିଲା । ଏହାର ଜବାବରେ ବାଂଲାଦେଶ ୧୫୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨ ଓ୍ଵିକେଟ୍ ହରାଈ ୨୫୮ ରନ୍ କରି ପାଳି ଘୋଷଣା କରିଥିଲା । ଦ୍ବିତୀୟ ଇନିଂସରେ ଶୁଭମାନ ଗିଲ୍ ଓ ଚେତେଶ୍ବର ପୂଜାରା ଶତକ ହାସଲ କରିଥିଲେ ।

Exit mobile version