Site icon ଆଜିକାଲି

ପ୍ରଥମ ଟେଷ୍ଟ: ୨୮୦ ରନରେ ଜିତିଲା ଭାରତ

ଚେନ୍ନାଇ : ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି।

ଚେନ୍ନାଇରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିଲା। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା। କିନ୍ତୁ ବାଂଲାଦେଶ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। ଫଳରେ ଏହି ମ୍ୟାଚକୁ ୨୮୦ ରନରେ ଜିତି ନେଇଛି ଭାରତ। ବାଂଲାଦେଶର ଦ୍ୱିତୀୟ ପାଳିରେ କମାଲ୍ କରିଛନ୍ତି ସ୍ପିନର୍। ରବିଚନ୍ଦ୍ରନ ଅଶ୍ୱିନୀ ୬ଟି ୱିକେଟ୍ ନେଇ ଥିବାବେଳେ ରବୀନ୍ଦ୍ର ଜାଡେଜା ନେଇଛନ୍ତି ୩ ୱିକେଟ। ସେହିପରି ଯଶପ୍ରୀତ ବୁମରା ଗୋଟିଏ ୱିକେଟ୍ ନେଇଛନ୍ତି।

ଅନ୍ୟପଟେ ଦ୍ୱିତୀୟ ପାଳିରେ ବ୍ୟାଟରଙ୍କ ପକ୍ଷରୁ ଶୁବମନ ଗିଲ୍ ଏବଂ ଋଷଭ ପନ୍ତ ବଡ଼ ପାଳି ଖେଳିଥିଲେ। ଶୁବମନ ଗିଲ୍ ୧୧୯ ରନ୍ କରି ଅପରାଜିତ ରହି ଥିବାବେଳେ ଋଷବ ପନ୍ତ ୧୦୯ ରନ୍ କରିଥିଲେ। ସେହିପରି ଯଶସ୍ୱୀ ଜୈସ୍ୱାଲ ୧୦, ରୋହିତ ଶର୍ମା ୫,ବଂ ବିରାଟ କୋହଲି ୧୭ ରନ୍ କରିଥିଲେ ଏବଂ କେଏଲ ରାହୁଲ ୨୨ ରନ୍ କରି ଅପରାଜିତ ରହିଥିଲେ।

Exit mobile version