Site icon ଆଜିକାଲି

ପ୍ରଥମ ଟେଷ୍ଟ : ଦକ୍ଷିଣ ଆଫ୍ରିକା ୪୦୮ ରନରେ ଅଲଆଉଟ୍‌, ଭାରତ ଠାରୁ ୧୬୩ ରନରେ ଆଗୁଆ

ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ଦଳ ୪୦୮ ରନ୍‌ କରି ଅଲଆଉଟ୍‌ ହୋଇଛି । ଫଳରେ ଭାରତ ଠାରୁ ପ୍ରଥମ ପାଳିରେ ୧୬୩ ରନ୍‌ରେ ଆଗୁଆ ରହିଛି । ଭାରତ ପ୍ରଥମ ପାଳିରେ ୨୪୫ ରନ୍‌ କରିଥିଲା । ଗତକାଲି ୫ ଓ୍ଵିକେଟ୍‌ରେ ୨୫୬ ରନ୍‌ କରିଥିବା ଘଷରାଇ ଦକ୍ଷିଣ ଆଫ୍ରିକା ଦଳ ଆଜି ପ୍ରଥମରୁ ଦୃଢ଼ ବ୍ୟାଟିଂ ଜାରି ରଖିଥିଲା । ଅପରାଜିତ ବ୍ୟାଟର ଏଲଗାର ୧୮୫ ରନ୍‌, ମାର୍କ ୟାନସେନ ଅପରାଜିତ ୮୪ ରନ୍‌ କରିଥିଲେ । ଭାରତୀୟ ଦଳ ପକ୍ଷରୁ ବୁମରା ୬୯ ରନ୍‌ରେ ୪ଟି, ଏବଂ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍‌ ନେଇଥିଲେ ।

ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ୧୩ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା(୫) ପାଭିଲିୟନ ଫେରିଥିଲେ । ପୁଣି ୨୩ ରନ ସ୍କୋରରେ ଭଲ ଲୟରେ ନଜର ଆସୁଥିବା ଯଶସ୍ଵୀ ଜୟସଓ୍ଵାଲ(୧୭) ଆଉଟ୍ ହୋଇଥିଲେ। ଶୁଭମନ ଗିଲ୍(୨) ବି ନିରାଶ କରିଥିଲେ । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ବର୍ଗର ଓ୍ଵିକେଟ୍ ନେଇ ଭାରତକୁ ବ୍ୟାକଫୁଟ୍‌କୁ ଠେଲିଥିଲେ । ୨୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଭାରତର ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର । ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ୬୮ ରନ ଯୋଡ଼ିଥିଲେ । ଦୁଇ ଯୋଡ଼ି ଜମି ଆସୁଥିବା ବେଳେ କାଗିସୋ ରାବଡା ଭାରତକୁ ବଡ଼ ଝଟକା ଦେଇଥିଲେ । ଶ୍ରେୟସ ଆୟର(୩୧)ଙ୍କୁ ବୋଲ୍ଡ କରି ରାବଡା ଦ୍ଵିତୀୟ ସଫଳତା ହାସଲ କରିଥିଲେ। ଏହା ପରେ ବିରାଟ କୋହଲି ୩୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ରାବଡାଙ୍କ ଶିକାର ହୋଇଥିଲେ। କାଗିସୋ ରାବଡ଼ା ୪୪ ରନରେ ୫ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

Exit mobile version