Site icon ଆଜିକାଲି

ପ୍ରଥମ ଟେଷ୍ଟ : ଦ୍ବିତୀୟ ଦିନରେ ଇତିହାସ ରଚିଲେ ବୋଲର, ଗୋଟିଏ ଦିନରେ ଝଡ଼ିଲା ୧୭ ୱିକେଟ

ଚେନ୍ନାଇ : ଭାରତ ଓ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ୍‌ ଦୁଇଦିନ ଧରି ଖେଳାଯାଉଛି। ଦ୍ୱିତୀୟ ଦିନରେ ଚେନ୍ନାଇର ଏମ. ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଭାରତ ଏବଂ ବାଂଲାଦେଶର ବୋଲରମାନେ ଇତିହାସ ରଚିଛନ୍ତି। ଦ୍ୱିତୀୟ ଦିନରେ ଭାରତ ଏବଂ ବାଂଲାଦେଶର ବୋଲରମାନେ ଚେପକ ଷ୍ଟାଡିୟମରେ ମୋଟ ୧୭ଟି ୱିକେଟ୍ ନେଇଥିଲେ। ଚେପକ୍ ଷ୍ଟାଡିୟମରେ କୌଣସି ଟେଷ୍ଟ ମ୍ୟାଚ୍ ରେ ଗୋଟିଏ ଦିନରେ ଏପରି ସର୍ବାଧିକ ୱିକେଟ୍ ଖସିନଥିଲା। ଶୁକ୍ରବାର ଚେପକ୍ ଷ୍ଟାଡିୟମରେ ପଡ଼ିଥିବା ୧୭ ଟି ୱିକେଟ୍ ମଧ୍ୟରୁ ୧୪ ଟି ଦ୍ରୁତ ବୋଲରମାନେ ନେଇଥିଲେ। ଏହା ୨୦୦୬ ପରଠାରୁ ଭାରତରେ ଖେଳାଯାଇଥିବା କୌଣସି ଟେଷ୍ଟର ଗୋଟିଏ ଦିନର ଖେଳରେ ସର୍ବାଧିକ ଓ୍ବିକେଟ ଅଟେ।

ଦ୍ୱିତୀୟ ଦିନର ଖେଳ ଶେଷସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨୩ ଓଭରରେ ୩ ୱିକେଟ୍ ହରାଇ ୮୧ ରନ୍ ସଂଗ୍ରହ କରିଥିଲା। ୧୨ ରନ୍ ସ୍କୋର କରି ଋଷଭ ପନ୍ତ ଏବଂ ୩୩ ରନ୍ ସ୍କୋର କରି ଶୁଭମାନ ଗିଲ କ୍ରିଜ୍‌ରେ କ୍ରିଜରେ ଅପରାଜିତ ରହିଛନ୍ତି। ଏହିପରି ଭାବେ ଭାରତ ମୋଟ ୩୦୮ ରନ୍‌ରେ ଅଗ୍ରଣୀ ରହିଛି। ଏହାପୂର୍ବରୁ ଭାରତୀୟ ବୋଲରମାନେ ତୃତୀୟ ପାଳିର ଆରମ୍ଭରେ ବାଂଲାଦେଶର ପ୍ରଥମ ଇନିଂସକୁ ୧୪୯ ରନ୍‌ରେ ଅଟକାଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସରେ ୨୨୭ ରନ୍ ସଂଗ୍ରହ କରିଥିଲା।| ଭାରତର ପ୍ରଥମ ଇନିଂସ ୩୭୬ ରନ୍‌ରେ ଶେଷ ହୋଇଥିଲା।

ଶୁକ୍ରବାର ଦିନ ଭାରତୀୟ ଦଳ ଗତକାଲିର ସ୍କୋର ୩୩୯/୬ ବିପକ୍ଷରେ ଦ୍ବିତୀୟ ପାଳିରେ ମାତ୍ର ୩୭ ରନ୍ ଯୋଡ଼ିପାରିଥିଲେ। ତସ୍କିନ ତିନୋଟି ୱିକେଟ୍ ନେଇଥିଲେ ଏବଂ ହାସନ ମହମୁଦ ପଞ୍ଚମ ୱିକେଟ୍ ସହ ଭାରତୀୟ ଇନିଂସ ଶେଷ କରିଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୧୯୯ ରନ୍‌ର ଭାଗିଦାରୀ ହେତୁ ଆୟୋଜକ ଦଳ ୧୪୪/୬ ସ୍କୋରରୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୩୭୬ ରନ୍‌ରେ ପହଞ୍ଚିଥିଲା।

ଏହାର ଜବାବରେ ବାଂଲାଦେଶର ଆରମ୍ଭ ଭଲ ନଥିଲା। ପ୍ରଥମ ଓଭରରେ ଶାଦମାନ ଇସ୍ଲାମ ବୁମରାଙ୍କ ଶିକାର ହୋଇଥିଲେ। କ୍ରମାଗତ ଦୁଇଟି ବଲରେ ଆକାଶଦୀପ ଦୁଇଟି ୱିକେଟ୍ ନେଇଥିଲେ। ଏଥି ସହିତ ବାଂଲାଦେଶର ସ୍କୋର ୨୬/୩ ହୋଇଥିଲା । ମଧ୍ୟାହ୍ନ ବିରତି ପରେ ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ନେଇ ଭ୍ରମଣକାରୀ ଦଳ ପାଇଁ ଚ୍ୟାଲେଞ୍ଜ ଆହୁରି କଠିନ କରିଦେଇଥିଲେ।

ଯେତେବେଳେ ବାଂଲାଦେଶର ସ୍କୋର ୪୦/୫ ରେ ଶୋଚନୀୟ ପରିସ୍ଥିତିରେ ‌ଥିବା ବେଳେ ଲିଟନ୍ ଦାସ ଏବଂ ଶାକିବ ଅଲ ହାସନଙ୍କ ମଧ୍ୟରେ ଏକ ଅର୍ଦ୍ଧ ଶତକୀୟ ଭାଗିଦାରି ହୋଇଥିଲା। ତେବେ ବାଂଲାଦେଶର ବ୍ୟାଟିଂ ସ୍ଥିତିରେ ପରିବର୍ତ୍ତନ ହେଉଥିବା ପରି ମନେ ହେଉଥିବା ବେଳେ ଉଭୟ ବ୍ୟାଟର ରବିନ୍ଦ୍ର ଜାଡେଜାଙ୍କ ଦ୍ବାରା ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ସୁଇପ୍ କରିବାକୁ ଚେଷ୍ଟା କରୁଥିବାବେଳେ ଲିଟନ୍ ଦାସ ଡିପ୍‌ରେ ଆଉଟ୍‌ ହୋଇଥିବା ବେଳେ ସାକିବ ଅଲ୍‌ ହସନ୍‌ ରିଜର୍ଭ ସ୍ବିପ୍‌ ଖେଳୁଥିବା ବେଳେ ଆଉଟ୍‌ ହୋଇଥିଲେ। ପରେ ପରେ ଅନ୍ୟ ବ୍ୟାଟରଙ୍କ ଠାରୁ କୌଣସି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା, ଫଳରେ ବାଂଲାଦେଶ ଦଳ ୧୪୯ ରନ୍‌ରେ ଅଟକି‌ଥିଲା।

Exit mobile version