Site icon ଆଜିକାଲି

ସ୍ବର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ ଘଟଣା, ଜଣେ ମହିଳାଙ୍କ ସହ ପାଞ୍ଚ ଗିରଫ

ଅମୃତସର: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ‌‌। ସମସ୍ତ ଅଭିଯୁକ୍ତ ପଞ୍ଜାବ ବାସିନ୍ଦା ବୋଲି କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ପଛର ଷଡ଼ଯନ୍ତ୍ର ବିଷୟରେ ଖୁଲାସା କରାଯିବ ବୋଲି ପଞ୍ଜାବ ଡିଜି ଗୌରବ ଯାଦବ କହିଛନ୍ତି ।

ଗତ ପାଞ୍ଚ ଦିନ ମଧ୍ୟରେ ସ୍ବର୍ଣ୍ଣ ମନ୍ଦିର ନିକଟରେ ତିନୋଟି ଛୋଟ ଧରଣର ବ୍ଲାଷ୍ଟ ହୋଇଥିଲା । ପୋଲିସ ଏହି ଘଟଣାର ପର୍ଦ୍ଦାଫାସ୍ କରିଥିବା ଦାବି କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏକ ନୂଆ ଆତଙ୍କବାଦୀ ନେଟୱାର୍କ ସହ ଜଡିତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ବୋମା ପ୍ରସ୍ତୁତକାରୀ ସବୁ ନୂଆ ଥିଲେ ‌। ସ୍ବର୍ଣ୍ଣ ମନ୍ଦିର ଆଖପାଖରେ ବିସ୍ଫୋରଣ କରି ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ଏହି ମାମଲାରେ ପଞ୍ଜାବ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ପଛର ଷଡ଼ଯନ୍ତ୍ର ବିଷୟରେ ଖୁଲାସା କରିବ। ଗତକାଲି ବିଳମ୍ବିତ ରାତିରେ ଆଉ ଏକ ବିସ୍ଫୋରଣ ହୋଇଥିଲା |

ଅଭିଯୁକ୍ତମାନେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ । ଅମୃତସରର ସ୍ଵର୍ଣ୍ଣ ମନ୍ଦିର ନିକଟରେ ଏକ ସପ୍ତାହରେ ତିନୋଟି ବିସ୍ଫୋରଣ ନେଇ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସଭାପତି ଏଚ୍.ଏସ୍ ଧାମି ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ଭଗଓ୍ବନ୍ତ ମାନ୍ ସରକାରଙ୍କ ବିଫଳତା ବୋଲି ସେ କହିଛନ୍ତି ।

Exit mobile version